ମୁମ୍ବାଇ: ଗୁରୁବାର ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି କରିବେ ସ୍ବତନ୍ତ୍ର ଅଦାଲତ । ଏହାର ସୂଚନା ଦେଇଛନ୍ତି ରିଆଙ୍କ ଓକିଲ ସତୀଶ ମାନସିନ୍ଦେ । ରିଆ ଓ ସୌଭିକଙ୍କ ଜାମିନ ଆବେଦନ 10 ସେପ୍ଟେମ୍ବର 2020 ରେ ସ୍ପେଶାଲ କୋର୍ଟ ମୁମ୍ବାଇରେ ଶୁଣାଣି ପାଇଁ ସ୍ଥିର ହୋଇଛି ବୋଲି 20 ପୃଷ୍ଠାର ଜାମିନ ଆବେଦନର ଏକ କପି ସହିତ ତାଙ୍କ ଓକିଲ ଜଣାଇଛନ୍ତି ।
ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଥିଲା । ସେହିପରି ଗୋଟିଏ ରାତି ଏନସିବି କାର୍ଯ୍ୟାଳୟରେ ବିତାଇବା ପରେ ତାଙ୍କୁ ଭାୟକୁଲ୍ଲା ଜେଲକୁ ପଠାଯାଇଛି ।
ପ୍ରକାଶ ଥାଉକି ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ରିଆଙ୍କୁ ପଠାଯାଇଛି ।