ETV Bharat / sitara

ସୁଶାନ୍ତଙ୍କ ଷ୍ଟାଫଙ୍କୁ ଗାଳିଗୁଲଜ କରିଥିଲେ ଭଉଣୀ-ଭିଣୋଇ - ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ଭାଇରାଲ ହେଲା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ଏକ ଭିଡିଓ । ଟଙ୍କା ଟ୍ରାନ୍ସଫରକୁ ନେଇ ରାଗିଥିଲେ ଭଉଣୀ-ଭିଣୋଇ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ୟାନକ୍ଲବୂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ୟାନକ୍ଲବୂ
author img

By

Published : Aug 14, 2020, 12:46 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଆଜି(ଶୁକ୍ରବାର) ଦୁଇମାସ ପୂରଣ ହୋଇଛି । ଗତ ଜୁନ 14 ତାରିଖରେ ସେ ମୁମ୍ବାଇ ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାକୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି ତାଙ୍କ ଫ୍ୟାନ୍ସ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଯାଞ୍ଚ ଜାରି ରଖିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ତାଙ୍କ ସ୍ବାମୀ ସିଦ୍ଧାର୍ଥ ତନୱରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କାରଣ ଭିଡିଓରେ ଏହି ଯୋଡି ସୁଶାନ୍ତଙ୍କ ଜଣେ ଷ୍ଟାଫଙ୍କୁ ଗାଳିଗୁଲଜ କରୁଥିବାର ନଜର ଆସୁଛନ୍ତି ।

ସୂଚନା ଅନୁଯାୟୀ ଷ୍ଟାଫ ରଜତ ମେୱାତି, ସୁଶାନ୍ତଙ୍କ ଆକାଉଣ୍ଟର ଦେଖାଶୁଣା କରୁଥିଲେ । ଶୁଣିବାକୁ ମିଳୁଛି ଯେ ରଜତ କିଛି ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଯାହାକୁ ଆଧାର କରି ପ୍ରିୟଙ୍କା ଓ ସିଦ୍ଧାର୍ଥ ତାଙ୍କୁ ଗାଳି କରିଥିଲେ । ଆଉ ପୋଲିସରେ ଦେବାକୁ ମଧ୍ୟ ଧମକ ଦେଇଥିଲେ ।

ପ୍ରକାଶ ଥାଉକି ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓଟି 2019 ଏପ୍ରିଲ 3 ତାରିଖର । ସେହିପରି ରଜତ ବାହାରିବା ପରେ ସାମୁଏଲ ମିରାଣ୍ଡାଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ଦାୟିତ୍ବ ଦିଆଯାଇଥିଲା । ପ୍ରିୟଙ୍କା ଏହି କାର୍ଯ୍ୟ ପାଇଁ ସାମୁଏଲଙ୍କ ଇଣ୍ଟରଭ୍ୟୁ ନେଇ ତାଙ୍କୁ ନିଯୁକ୍ତି ଦେଇଥିଲେ।

ହେଲେ ରୁଜୁ ହୋଇଥିବା ଏଫଆଇଆରରେ ଏହି ଅଭିଯୋଗ ଅଛି ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଆକାଉଣ୍ଟ କାର୍ଯ୍ୟ ପାଇଁ ସାମୁଏଲଙ୍କୁ ଚାକିରୀରେ ରଖିଥିଲେ। ସେହିପରି ସାମୁଏଲଙ୍କ ନାମ ପାଟନା ପୋଲିସଠୁ ନେଇ ସିବିଆଇ ପର୍ଯ୍ୟନ୍ତ ସବୁ ଏଫଆଇଆରରେ ଅଛି।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.