ମୁ୍ମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଶୁକ୍ରବାର ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି 8 ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ସେହିପରି ଶନିବାର ସୁଶାନ୍ତଙ୍କ ବନ୍ଧୁ, ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ ଓ ସାମୁଅଲ ମିରାଣ୍ଡାଙ୍କ ସହ ରିୟାଙ୍କୁ ପୁଣି ଏକାଠି ପଚରାଉଚରା ଜାରି ରଖିଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ସନ୍ଦେହ ଘେରରେ ଥିବା ସବୁ ଲୋକଙ୍କ ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ ।
ଏହି କ୍ରମରେ ସାମିଲ ଅଛନ୍ତି ରିୟା, ସିଦ୍ଧାର୍ଥ, ନୀରଜ ସିଂ, ସାମୁଏଲ । ସିବିଆଇ ଅଧିକାଂଶ ହାଇ ପ୍ରୋଫାଇଲ କେସରେ ପଲିଗ୍ରାଫ ଟେଷ୍ଟ କରିଥାଏ । ଯାହାଙ୍କ ପଲିଗ୍ରାଫ ଟେଷ୍ଟ ହେବାର ଥିବା ତାଙ୍କର ସହମତି ମଧ୍ୟ ନିଆଯାଏ । ଏହାସହ ଟେଷ୍ଟର ଏକ୍ସେସ ଓକିଲଙ୍କୁ ଦିଆଯାଏ । ଏହାପାଇଁ ଜ୍ୟୁଜିସିୟାଲ ମାଜିଷ୍ଟ୍ରେଟଙ୍କର ଅନୁମତି ମଧ୍ୟ ନିଆଯାଏ ।
ଆଉ ଯଦି ରିୟା ପଲିଗ୍ରାଫ ଟେଷ୍ଟ ପାଇଁ ମନା କରୁଛନ୍ତି, ତେବେ ସିବିଆଇ ଏହାକୁ ଫାଇନାଲ ରିପୋର୍ଟରେ ଲେଖିବ । ଟେଷ୍ଟ ପରେ ଯେଉଁ ସୂଚନା ସାମ୍ନାକୁ ଆସିବ ତାହା ସାକ୍ଷୀ ରୂପେ ନିଆଯିବ ନାହିଁ । ହେଲେ ସିବିଆଇ ନିଜ ଫାଇନାଲ ରିପୋର୍ଟରେ ସମ୍ପୃକ୍ତ କରିପାରିବ ।
ପ୍ରକାଶ ଥାଉକି ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ ଏଯାବତ ମୁଖ୍ୟ ସାକ୍ଷୀଙ୍କ ବୟାନ ପରସ୍ପର ସହ ମ୍ୟାଚ ହେଉନାହିଁ । ଏମିତି ପରିସ୍ଥିତିରେ ସିବିଆଇ ଲାଇଭ ଡିଟେକ୍ଟର ଟେଷ୍ଟ ମଧ୍ୟ କରିପାରେ ।