ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇମାସରୁ ଅଧିକା ସମୟ ବିତିଗଲାଣି । ହେଲେ ଏଯାବତ ମଧ୍ୟ ତାଙ୍କ ଆତ୍ମହତ୍ୟା ରହସ୍ୟ ଘେରରେ । ସେପଟେ ତାଙ୍କ କେସରେ ବାରମ୍ବାର ରିଆ ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି । କେବେ ତାଙ୍କ ହ୍ବାସଆପ ଚାର୍ଟ ଭାଇରାଲ ହେଉଛନ୍ତି ତ କେବେ ସେ ସାକ୍ଷାତକାରରେ ଯୋଗ ଦେଇ ସୁଶାନ୍ତଙ୍କ ମାମଲାରେ ଖୁଲାସା କରୁଥିବାର ନଜର ଆସୁଛନ୍ତି । ଏବେ ସିବିଆଇଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୋରସୋରରେ ଯାଞ୍ଚ କରୁଛନ୍ତି । ହେଲେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ରିଆଙ୍କୁ ଅନେକ ମିଡିଆ ଚ୍ୟାନେଲରେ ଦୋଷୀ ରୂପେ ସମ୍ବୋଧନ କରାଯାଇଥିବାର ଦେଖିବାକୁ ମିଳୁଛି । ଯାହାର ବିରୋଧ କରି ସାମ୍ନାକୁ ଆସିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ । ତାଙ୍କ ପୂର୍ବରୁ ତାପସୀ ପନ୍ନୁ, ସ୍ବରା ଭାସ୍କର, ସାଉଥ ଅଭିନେତ୍ରୀ ଲକ୍ଷ୍ମୀ ମାନଛୁ ଓ ନିର୍ମାତା ରାମଗୋପାଲ ବର୍ମା ମଧ୍ୟ ରିଆଙ୍କ ସମର୍ଥନ କରିସାରିଛନ୍ତି ।
-
@LakshmiManchu pic.twitter.com/GnjPpsyoaq
— vidya balan (@vidya_balan) September 1, 2020 " class="align-text-top noRightClick twitterSection" data="
">@LakshmiManchu pic.twitter.com/GnjPpsyoaq
— vidya balan (@vidya_balan) September 1, 2020@LakshmiManchu pic.twitter.com/GnjPpsyoaq
— vidya balan (@vidya_balan) September 1, 2020
ମିଡିଆ ଟ୍ରାଏଲକୁ ଫାଲତୁ କହି ବିଦ୍ୟା ଟ୍ବିଟରେ ଲେଖିଛନ୍ତି, ‘ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ, ଲକ୍ଷ୍ମୀ ମାନୁଛୁ ତୁମେ ସମସ୍ତଙ୍କ ସାମ୍ନାକୁ ଆସି ଏହା ବିରୋଧ କରିଥିବାରୁ । ର୍ଦୁଭାଗ୍ୟ ଯେ ଆମ ୟଙ୍ଗ ଷ୍ଟାର ସୁଶାନ୍ତଙ୍କ ମୃତ୍ୟୁକୁ ମିଡିଆ ସର୍କସ କରିଦେଇଛି । ଆଉ ମହିଳା ରୂପେ ମୋ ହୃଦୟ ରିଆଙ୍କ ପାଇଁ ଭାଙ୍ଗି ପଡୁଛି । ଏହା ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କୁ ଆମେ ନିର୍ଦ୍ଦୋଷ ବୋଲି ଭାବିବା କିମ୍ବା ପ୍ରମାଣିତ ହେବା ପର୍ଯ୍ୟନ୍ତ ଆମେ ତାଙ୍କୁ ଦୋଷୀ ମାନିବା? ଚାଲନ୍ତୁ ଜଣେ ନାଗରିକର ସାମ୍ବିଧାନିକ ଅଧିକାର ପାଇଁ କିଛି ସମ୍ମାନ ଦେଖାଇବା ଓ ଆଇନକୁ ଏହାର ଯାଞ୍ଚ କରିବାକୁ ଦେବା ।’
ପ୍ରକାଶ ଥାଉକି ରାମଗୋପାଲଙ୍କ ପରେ ଲକ୍ଷ୍ମୀ ଟ୍ବିଟ କରି ରିଆଙ୍କ ସମର୍ଥନ କରିଥିଲେ । ଯାହାପରେ ଧିରେ ଧିରେ ବଲିଉଡ ଅଭିନେତ୍ରୀ ଏହି ଟ୍ବିଟକୁ ରିଟ୍ବିଟ କରି ରିଆଙ୍କ ସମର୍ଥନରେ ସାମ୍ନାକୁ ଆସିବାରେ ଲାଗିଛନ୍ତି ।