ETV Bharat / sitara

ସୁଶାନ୍ତ ସିଂ କେସ: ଗିରଫ ଦୁଇ ଡ୍ରଗ ଡିଲରଙ୍କ ଜାମିନ ଆବେଦନ

author img

By

Published : Sep 5, 2020, 3:59 PM IST

କିଛି ଦିନ ହେବେ ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମାମଲା ମର୍ଡରରୁ ହଟି ଏବେ ଡ୍ରଗ ଡିଲିଂରେ ଅଟକିଛି । ଯାହାର ଛାନବିନ କରିବାରେ ଲାଗିପଡିଛି ଏନସିବି । ଏଯାବତ ଗିରଫ କରିସାରିଲାଣି ଅନେକ ଡିଲରଙ୍କୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ ଡିଲିଂ କନେକ୍ସନ । ଯାହାକୁ ଆଧାର କରି କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ଏନସିବି । ଏହି ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ଏନସିବି ହେପାଜତରେ ନେଇଛନ୍ତି । ସେହିପରି ବୁଧବାର ଏନସିବି ଦ୍ବାରା ଗିରଫ ହୋଇଥିବା 7 ଜଣ ଡ୍ରଗ ଡିଲରଙ୍କ ମଧ୍ୟରେ ଦୁଇ ଡ୍ରଗ ଡିଲର ଜାଇଦ ଓ ଅବଦ୍ଦୁଲ ବାସିତ ପରିବାର ମୁମ୍ବଇ ସେଶନ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ।

ସେହିପରି ସୌଭିକ ଓ ସାମୁଏଲଙ୍କ ଓକିଲ ଏନସିବିର ଦାବିକୁ ବିରୋଧ କରିଥିଲେ । ସୌଭିକଙ୍କ ଓକିଲ ସତୀଶ ମନେସିନ୍ଦେ 50 ମିନିଟ୍ ପାଇଁ ଯୁକ୍ତିତର୍କ କରିଥିବାବେଳେ ସାମୁଏଲଙ୍କ ଓକିଲ ଆଡଭାଇ ଦେଶାଇ 20 ମିନିଟ୍ ପାଇଁ ଯୁକ୍ତି କରିଥିଲେ । ମୁମ୍ବାଇ କୋର୍ଟ ସୌଭିକ ଓ ସାମୁଏଲଙ୍କୁ 9 ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତରେ ରିମାଣ୍ଡରେ ନେଇଛନ୍ତି ।

ପ୍ରକାଶ ଥାଉକି ମୁମ୍ବାଇର କିଛି ବଡ ଡ୍ରଗ ଡିଲରଙ୍କୁ ଜାଣିଛନ୍ତି ସୌଭିକ ବୋଲି ଏନସିବି ସୂଚନା ଦେଇଥିଲା । ଏହାସହ ଏନସିବି ବର୍ତ୍ତମାନ ମୁମ୍ବାଇରେ ଅନ୍ୟ ଡ୍ରଗ ଡିଲରଙ୍କ ପର୍ଦ୍ଦାଫାଶ କରିବାକୁ ଲାଗିପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.