ETV Bharat / sitara

ରିଆଙ୍କ ଡ୍ରଗ ଡିଲିଂ ଚାର୍ଟ ଉପରେ ପ୍ରତିକ୍ରିୟା ଦେଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା

author img

By

Published : Aug 26, 2020, 2:37 PM IST

ସିବିଆଇ ତୁରନ୍ତ ଆକ୍ସନ ନେଉ ବୋଲି ଟ୍ବିଟ କରି କହିଲେ ଶ୍ବେତା ସିଂ । ଯେବେଠୁ ରିଆଙ୍କ ହ୍ବାଟ୍ପଅପ ଚାର୍ଟ ସାମ୍ନାକୁ ଆସିଛି ସୁଶାନ୍ତଙ୍କ ମାମଲାରେ ନୂଆ ମୋଡ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କିର୍ତ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସରେ ପ୍ରାୟ ସବୁ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି । ସନ୍ଦେହ ଘେରରେ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଆପ ଚାର୍ଟ ଏବେ ଚିନ୍ତାର ବିଷୟ ପାଲଟିଛି । କାରଣ ଡିଲିଟ କରିଦେଇଥିବା ଚାର୍ଟରେ ସେ ଡ୍ରଗ୍ସ ବିଷୟରେ କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଖବର ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା କିର୍ତ୍ତି ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି ।

ଯେଉଁଥିରେ ସେ ଲେଖିଛନ୍ତି, ‘ଏହା ଅପରାଧ । ଯାହା ଉପରେ ସିବିଆଇକୁ ତୁରନ୍ତ ଆକ୍ସନ ନେବାର ଆବଶ୍ୟକ ଅଛି । ’ସେପଟୋ ରିଆଙ୍କ ଓକିଲ ଦାବି କରିଛନ୍ତି ଯେ ରିଆ କେବେ ମଧ୍ୟ ନିଶାଦ୍ରବ୍ୟ ସେବନ କରୁନଥିଲେ ।

କଥାଟି ହେଲା ଯେ ସାମ୍ନାକୁ ଆସିଥିବା ରିଆଙ୍କ ଚାର୍ଟରୁ ଜଣାପଡିଛି ଯେ ସେ କିଛି ବନ୍ଧୁଙ୍କଠୁ ଡ୍ରଗ୍ସ କିଣୁଥିଲେ । ଆଉ ସୁଶାନ୍ତଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ । ଯାହାଦ୍ବାରା ଡିପ୍ରେସନର ଶିକାର ହୋଇଥିଲେ ସୁଶାନ୍ତ । ଏହି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.