ETV Bharat / sitara

ସୁଶାନ୍ତ ମାମଲା: ଡ୍ରଗ ଡିଲର ଅବଦ୍ଦୁଲଙ୍କୁ ଜେରା କଲା ଏନସିବି

author img

By

Published : Sep 4, 2020, 4:38 PM IST

ଶୁକ୍ରବାର ମୁମ୍ବାଇର ଡ୍ରଗ ଡିଲର ଅବଦ୍ଦୁଲକୁ ଏମସିବି କାର୍ଯ୍ୟାଳୟରେ ପଚରାଉଚରା ଜାରି ରହିଛି । ବୁଧବାର ତାଙ୍କୁ ଗିରଫ କରିଥିଲା ଏନସିବି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ଯାଞ୍ଚ ସିବିଆଇ ଜୋରୋସୋରରେ କରୁଛି । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମଧ୍ୟ କଡା ଯାଞ୍ଚ ଜାରି ରଖିଛି । ବର୍ତ୍ତମାନ ମୁମ୍ବାଇର ଡ୍ରଗ ଡିଲରଙ୍କ ପର୍ଦ୍ଦାଫାଶ କରିବାରେ ଲାଗିଛି ଏନସିବି । ନିକଟରେ କିଛି ଡ୍ରଗ ଡିଲରକୁ ଗିରଫ କରିଥିଲା ଏନସିବି । ସେହିପରି ଶୁକ୍ରବାର ସକାଳେ ଏନସିବିର ଏକ ଟିମ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଘର ସମେତ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢାଉ ଜାରି ରଖଥିଲେ ।

ସେହିପରି ଏବେ ଖବର ସାମ୍ନାକୁ ଆସୁଛି ଯେ ଟିମ୍ ଆଜି ଅବଦ୍ଦୁଲ ବସିତ ପରିହାରଙ୍କୁ ଏମସିବି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଆଣିଥିଲା । ଏହାପୂର୍ବରୁ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସାମୁଏଲ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା ।

ଏନସିବି ବୁଧବାର ସକାଳେ ବାନ୍ଦ୍ରାର ଅବଦ୍ଦୁଲଙ୍କୁ ଗିରଫ କରିଥିଲା । ଯାହାଙ୍କ ସମ୍ପର୍କ ସୌଭିକଙ୍କ ସହ ଅଛି । ଖାଲି ଏତିକି ନୁହେଁ ମୁମ୍ବାଇର ଆଉ କିଛି ବଡ ଡ୍ରଗ ଡିଲରଙ୍କୁ ସୌଭିକ ଜାଣିଛନ୍ତି ବୋଲି ଏନସିବି ସୂଚନାରେ କହିଥିଲା । ଏହାପୂର୍ବରୁ ମଙ୍ଗଳବାର ଦିନ ଏନସିବି ଜାଇଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅବଦ୍ଦୁଲ, ଜାଇଦଙ୍କ ସହ ଶୋଭିକଙ୍କୁ ପରିଚିତ କରାଇଥିଲେ ବୋଲି ବୟାନରେ କହିଥିଲେ ସେ । ଏହି ତିନି ଜଣ ହ୍ବାଟ୍ସଆପ ଚାଟରେ ମଧ୍ୟ କଥାବାର୍ତ୍ତା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.