ETV Bharat / sitara

ଗିରଫ ପରେ ରିଆଙ୍କ କୋରୋନା ଟେଷ୍ଟ, ରିପୋର୍ଟ ନେଗେଟିଭ

author img

By

Published : Sep 8, 2020, 7:27 PM IST

ଅଭିନେତ୍ରୀ ରିଆଙ୍କୁ ଏନସିବି ଦ୍ବାରା ଗିରଫ କରାଯିବା ପରେ କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ଡିଲିଂ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ମଙ୍ଗଳବାର ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ମଙ୍ଗଳବାର ସନ୍ଧ୍ୟା 7.30ରେ ଭିଡିଓ କନଫ୍ରେନ୍ସିଂ ଦ୍ବାରା କୋର୍ଟରେ ହାଜର ହେବେ ସେ । ଆଉ ଏବେ ତାଙ୍କର ଡାକ୍ତରୀ ପରୀକ୍ଷା ସହ କୋରୋନା ଟେଷ୍ଟ କରାଯିବା ଖବର ସାମ୍ନାକୁ ଆସୁଛି ।

ମୁମ୍ବାଇର ସିଓନ୍ ହସ୍ପିଟାଲରେ ରିଆଙ୍କ ଡାକ୍ତରୀ ପରୀକ୍ଷା ସହ କୋରୋନା ଟେଷ୍ଟ କରାଯାଇଛି । ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ବୋଲି ସୂଚନାରେ କୁହାଯାଇଛି ।

ପ୍ରକାଶ ଥାଉକି ହସ୍ପିଟାଲରୁ ତାଙ୍କୁ ଖୁବଶୀଘ୍ର ଏନସିବି କାର୍ଯ୍ୟାଳୟକୁ ଅଣାଯିବ ଏବଂ ସନ୍ଧ୍ୟା 7.30ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ । ସେହିପରି ଏନସିବି ଅଧିକାରୀ ସମୀର ୱାନକେଡେ ପୁରା ଘଟଣାର ନେତୃତ୍ବ ନେଉଥିଲେ । ତାଙ୍କ ବ୍ୟତୀତ ଏନସିବି ଅଧିକାରୀ କେପିଏସ ମାଲହୋତ୍ରା ମଧ୍ୟ ରିଆଙ୍କୁ ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.