ETV Bharat / sitara

ସୁଶାନ୍ତଙ୍କୁ ମାତ୍ର ଦୁଇଥର ସାକ୍ଷାତ କରିଥିଲେ ମହେଶ, ବୟାନରେ ଖୁଲାସା - ସୋମବାର ଫେମସ ନିର୍ମାତା ମହେଶ ଭଟ୍ଟ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ

ସୋମବାର ରେକର୍ଡ ହୋଇଯାଇଛି ମହେଶ ଭଟ୍ଟଙ୍କ ବୟାନ । ସୁଶାନ୍ତଙ୍କୁ କେବେ ଓ କେଉଁଠାରେ ସେ ସାକ୍ଷାତ କରିଥିଲେ ତାହା ନେଇ ଖୁଲାସା କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 27, 2020, 8:31 PM IST

ମୁମ୍ବାଇ: ସୋମବାର ଫେମସ ନିର୍ମାତା ମହେଶ ଭଟ୍ଟ ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କ୍ରମାଗତ ଭାବେ ତଦନ୍ତ ଚଳାଇଆସୁଛି ମୁମ୍ବାଇ ପୋଲିସ । ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ପଚରାଉଚରା କରିସାରିଲାଣି ପୋଲିସ । ଆଉ ସୋମବାର ମହେଶଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ଡକାଯାଇଥିଲା ।

ମହେଶଙ୍କ ପୂର୍ବରୁ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ, ଶେଖର କପୁର ଓ ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ ।

ସେହିପରି ପାଖାପାଖି ଦୁଇ ଘଣ୍ଟା ଚାଲିଥିଲା ମହେଶଙ୍କ ବୟାନ ରେକର୍ଡ । ଅପରାହ୍ନ 12ଟାରେ ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ପୋଲିସ ଆରମ୍ଭ କରିଥିଲେ ପଚରାଉଚରା । ସେ ପୋଲିସର ସବୁ ପ୍ରଶ୍ନ ଉତ୍ତର ଦେଇଥିବାର ଶୁଣିବାକୁ ମିଳୁଛି ।

ସେ ବୟାନରେ କହିଛନ୍ତି ଯେ ସୁଶାନ୍ତ 2018ରେ ତାଙ୍କ ଦ୍ବାରା ଲେଖାଯାଇଥିବା ବହି ଉପରେ ଆଲୋଚନା କରିବାକୁ ତାଙ୍କୁ ସାକ୍ଷାତ କରିଥିଲେ । ହେଲେ ସେ ସୁଶାନ୍ତଙ୍କୁ ସେ ନିଜ ଆଗାମୀ ଫିଲ୍ମ ‘ସଡକ 2’ ପାଇଁ ଚୟନ କରିନଥିଲେ । ଯାହା ଖବର ସାମ୍ନାକୁ ଆସିଛି ତାହା ଉଡା ଖବର । ସେହିପରି ସେ ସୁଶାନ୍ତଙ୍କୁ ଏବର୍ଷ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ମଧ୍ୟ ଯାଇଥିଲେ।

ଅନ୍ୟପଟେ ଫେମସ ନିର୍ମାତା କରନ ଜୋହରଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ମ୍ୟାନେଜରଙ୍କୁ ସମନ ପଠାଇଛି ପୋଲିସ । ଏହାର ଘୋଷଣା ରବିବାର ମହାରାଷ୍ଟ୍ର ଅନିଲ ଦେଶମୁଖ କରିଥିଲେ । ସେହିପରି ନିକଟରେ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ବୟାନ ରେକର୍ଡ ପାଇଁ ତାଙ୍କ ମନାଲୀ ଘରକୁ ପୁନଃ ସମନ ପଠାଯାଇଥିଲା ।

ଇତିମଧ୍ୟରେ ନେତା ପାର୍ଥ ପୱାର ଗୃହମନ୍ତ୍ରୀ ଅନିଲଙ୍କୁ ଫୋନ କରି ସୁଶାନ୍ତ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ କରିବାକୁ କହିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.