ମୁମ୍ବାଇ: ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ପରଠୁ ପୁଅ ବାବିଲ ଖାନ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଯାଇଛନ୍ତି । ସେ ପିତାଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ ପ୍ରାୟତଃ କରୁଛନ୍ତି । ସେହିପରି ଅନେକଥର ସେ ଭାବବିହ୍ବଳ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ଭାବୁକ କରିସାରିଛନ୍ତି । ହେଲେ ଏଥର ଏକ ପ୍ରାଙ୍କ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ସେ । ଯାହା ଏକ ଥ୍ରୋବ୍ୟାକ ଭିଡିଓ । ଏହାସହ ସେ ଖୁଲାସା କରିଛନ୍ତି ଯେ ଇରଫାନ ପରିବାର ସହ ବୁଲିବାକୁ ଗଲେ ଭିଡିଓ ରେକର୍ଡ କରିବାକୁ ସବୁବେଳେ ପସନ୍ଦ କରନ୍ତି । ଏହି ଭିଡିଓରେ ତାଙ୍କ ସାନ ପୁଅ ଆୟାନ ଖାନ ନଜର ଆସୁଛନ୍ତି ।
ଇନଷ୍ଟାଗ୍ରାମରେ ଏହାକୁ ସେୟାର କରି ବାବିଲ ଲେଖିଛନ୍ତି, ‘ବାବା ଫଟୋ ଉଠାଇବା କଥା କହି ମଜାଦାର ଭିଡିଓ ରେକର୍ଡ କରିଥିଲେ । ଆଉ ଆୟାନ ସବୁବେଳେ ତାଙ୍କ ମଜାକ ପଛରେ ବୁଝେ । ଫ୍ୟାମିଲିଆ ।’ ଦିୱାଲୀ ଅବସରରେ ମଧ୍ୟ ବାବିଲ ପିତାଙ୍କ ହସଭରା ଫଟୋ ପୋଷ୍ଟ କରି ଇମୋସନାଲ ନୋଟ୍ ଲେଖିଥିଲେ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି କଲୋନ ଇନଫେକ୍ସନ ଯୋଗୁଁ ଇରଫାନଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ ସେ । ସେହିପରି ତାଙ୍କୁ ଶେଷଥର ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ ଦେଖିବାକୁ ମିଳିଥିଲା ।