ETV Bharat / sitara

ଇରଫାନଙ୍କ ମଜାଦାର ଫଟୋ ପୋଷ୍ଟ କଲେ ପୁଅ

author img

By

Published : Nov 30, 2020, 12:18 PM IST

ପୁଣିଥରେ ସୋସିଆଲ ମିଡିଆରେ ପିତାଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ ବାବିଲ । ଇରଫାନଙ୍କୁ ମନେ ପକାଇ ସେ ପ୍ରାୟତଃ କିଛି ନା କିଛି ପୋଷ୍ଟ କରନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ବଡ ପୁଅ ବାବିଲ ଖାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ପିତାଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଅନେକ କଥା କୁହନ୍ତି । ଅନେକଥର ସେ ପିତାଙ୍କ ଇମୋସନାଲ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦୁଃଖି ମଧ୍ୟ କରିସାରିଛନ୍ତି । ହେଲେ ଏଥର ସେ ସମସ୍ତଙ୍କୁ ହସାଇବାକୁ ଚେଷ୍ଟା କରିଛନ୍ତି । ସରପ୍ରାଇଜ ଦେବାକୁ ଯାଇ ପିତାଙ୍କ ମିମ ପୋଷ୍ଟ କରିଛନ୍ତି । ଯାହାକୁ ନିଜେ ଇରଫାନ ତିଆରି କରିଥିଲେ । ନିଜର ମଜାକ ଉଡାଇ ସମସ୍ତଙ୍କୁ ହସାଇଦେଇଥିଲେ ସେ । ତାଙ୍କ ଏହି ପୁରୁଣା ସ୍ମୃତିକୁ ପୁଣିଥରେ ସତେଜ କରିଦେଇଛନ୍ତି ବାବିଲ ।

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ସେ ନିଜ ଉପରେ ମିମ ତିଆରି କରି ଏହି ଫଟୋ କିଛି ବର୍ଷ ପୂର୍ବେ ମତେ ସେୟାର କରିଥିଲେ ।’

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ବାବିଲ ଖାନ

ଏହାପୂର୍ବରୁ ବାବିଲ ପିତାଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ସେୟାର କରିଥିଲେ । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଯେଉଁଥିରେ ଇରଫାନଙ୍କ ସାନ ପୁଅ ଅହାନ ଖାନଙ୍କୁ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ଯେ ଏପ୍ରିଲ୍ 29 ରେ ଇରଫାନ୍ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.