ETV Bharat / sitara

ସଞ୍ଜୟଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଲେ ଇରଫାନଙ୍କ ଲାଡଲା

author img

By

Published : Aug 20, 2020, 8:38 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ବାବିଲ ଖାନଙ୍କ ନୂଆ ପୋଷ୍ଟ । ଏଥର ସେ ସଞ୍ଜୟ ଦତ୍ତଙ୍କ ପାଇଁ ଖାସ୍ ପୋଷ୍ଟ ଲେଖିଛନ୍ତି । ଆଉ ସଞ୍ଜୟଙ୍କୁ ଫାଇଟର ସହ ତୁଳନା କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ନିକଟରେ ବି-ଟାଉନର ସଞ୍ଜୁ ବାବାଙ୍କ ଫୁସଫୁସ କ୍ୟାନ୍ସର ଖବର ଶୁଣିବାକୁ ମିଳିଥିଲା । ଯାହାକୁ ନେଇ ଦୁଃଖି ନଜର ଆସୁଛନ୍ତି ତାଙ୍କ ପ୍ରଶଂସକ । ସେହିପରି ଚିକିତ୍ସା ପାଇଁ ମଙ୍ଗଳବାର ସଞ୍ଜୟଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ସ ବର୍ତ୍ତମାନ ତାଙ୍କ ପାଇଁ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି । ଆଉ ଫ୍ୟାନ୍ସଙ୍କ ବ୍ୟତୀତ ସ୍ବର୍ଗୀୟ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ ଏକ ଭାବବିହ୍ବଳ ପୋଷ୍ଟ କରି ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ସହ ପିତା ଇରଫାନଙ୍କ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ରାଇଟର୍ସକୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ମୁଁ କିପରି ଲେଖୁଛି । ମୁଁ ରାଇଟର ନୁହେଁ ହେଲେ ଚେଷ୍ଟା କରୁଛି ଲେଖିବା ପାଇଁ । ମୁଁ ବିନମ୍ରତା ସହିତ ସାମ୍ବାଦିକ ଓ ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ଉଡା ଖବର ଉପରେ ବିଶ୍ବାସ ନକରନ୍ତୁ । ମୁଁ ଜାଣିଛି ଏହା ଆପଣଙ୍କ କାମ ହେଲେ ମାନବିକତା ପାଇଁ ଏମିତି କରନ୍ତୁ ନାହିଁ । ସଞ୍ଜୁ ଭାଇ ଓ ତାଙ୍କ ପରିବାର ଉପରେ ସବୁ ଛାଡି ଦିଅ । ମୁଁ ଆପଣଙ୍କୁ ଏକ ସିକ୍ରେଟ କହୁଛି । ସଞ୍ଜୁ ଭାଇ ପ୍ରଥମ ଏମିତି ବ୍ୟକ୍ତି ଥିଲେ ଯିଏ ଆମ ଖରାପ ସମୟରେ ସାମ୍ନାକୁ ଆସି ସହଯୋଗର ହାତ ବଢାଇଥିଲେ । ଯେବେ ବାପାଙ୍କ ଟ୍ୟୁମର କଥା ଜଣାପଡିଥିଲା ଆଉ ଯେବେ ବାପା ଦୁନିଆ ଛାଡି ଚାଲିଗଲେ ସେହି ସମୟରେ ସଞ୍ଜୁ ଭାଇ ଆମକୁ ସାହାଯ୍ୟ କରିଥିଲେ । ଆମ ପରିବାର ପାଇଁ ସେ ଦୃଢ ସ୍ଥମ୍ଭ ପରି ଠିଆ ହୋଇଥିଲେ । ମୁଁ ସେହି ସଞ୍ଜୁ ବାବାଙ୍କ କଥା କହୁଛି ଯିଏ ଜଣେ ଫାଇଟର । ତାଙ୍କ ଅତୀତ କଣ ଥିଲା ତାହା ମହତ୍ବ ନୁହେଁ କାରଣ ସେ ଜଣେ ଭଲ ମଣିଷ। ମୁଁ ଜାଣିଛି ଏହି ଲଢେଇ ଜିତି ସେ ଘରକୁ ଫେରିବେ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.