ETV Bharat / sitara

ଇରଫାନଙ୍କ ପୁରୁଣା ଭିଡିଓ ଭାଇରାଲ, ଭାବବିହ୍ବଳ ଫ୍ୟାନ୍ସ

author img

By

Published : Oct 23, 2020, 8:34 PM IST

ଦୁନିଆ ଛାଡି ଚାଲିଯାଇଥିବା କିଛି ଷ୍ଟାର୍ସଙ୍କୁ ଏଯାବତ ଭୁଲି ନାହାଁନ୍ତି କେହି । ଏହି କ୍ରମରେ ସାମିଲ ଅଛନ୍ତି ଇରଫାନ ଖାନ । ଯାହାଁଙ୍କୁ ସବୁବେଳେ ମନେ ପକାଉଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ 6 ମାସ ବିତିସାରିଲାଣି । କ୍ୟାନ୍ସରରେ ପୀଡିତ ଥିବା ଇରଫାନ ଏପ୍ରିଲ 29ରେ ଦୁନିଆକୁ ଅଲବିଦା କହିଥିଲେ । ଆଜି ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ମନେ ପକାଉଛନ୍ତି ପ୍ରଶଂସକ। ସେହିପରି ତାଙ୍କ ବଡ ପୁଅ ବାବିଲ ଖାନ ପ୍ରାୟତଃ ତାଙ୍କର ପୁରୁଣା ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଇମୋସନାଲ କରିଦେଉଛନ୍ତି ।

ଇତିମଧ୍ୟରେ ପରିବାର ସହ ତାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଇରଫାନ ପରିବାର ସହ ସମୟ ବିତାଉଥିବାର ଦେଖାଯାଉଛନ୍ତି । ଖାଲି ଏତିକି ନୁହେଁ ସେ ପତ୍ନୀଙ୍କ ସହ ମିଶି ‘ମେରା ସାୟା’ ଗୀତ ଗାଉଥିବାର ମଧ୍ୟ ନଜର ଆସୁଛନ୍ତି । ଯାହାକୁ ଦେଖି ପୁଣି ଭାବବିହ୍ବଳ ଫ୍ୟାନ୍ସ । ଭିଡିଓଟିକୁ ଗୁରୁବାର ସେୟାର କରିଥିଲେ ବାବିଲ । ଆପଣ ବି ଦେଖନ୍ତୁ ଏହି ଭିଡିଓ...

ବର୍ତ୍ତମାନ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି । ପ୍ରକାଶ ଥାଉକି ଇରଫାନଙ୍କ ମୃତ୍ୟୁର ଠିକ୍ ଗୋଟିଏ ଦିନ ତଥା ଏପ୍ରିଲ 30 ତାରିଖରେ ଲୋକପ୍ରିୟ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଥିଲା । ଯାହାକୁ ନେଇ ବଲିଉଡରେ ଖେଳିଯାଇଥିଲା ଦୁଃଖର ଛାୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.