ETV Bharat / sitara

Lata Mangeshkar Health Update: ସୁଧୁରୁନି ସ୍ବାସ୍ଥ୍ୟ, ଏବେବି ICUରେ ସୁର ସାମ୍ରାଜ୍ଞୀ

author img

By

Published : Jan 15, 2022, 2:03 PM IST

ଏବେ ବି ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ 8ରୁ 10 ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ । କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଏବେ ବି ଆଇସିୟୁରେ ସୁର ସାମ୍ରାଜ୍ଞୀ, କୋଭିଡ୍ ସହ ଲଢୁଛନ୍ତି

ହାଇଦ୍ରାବାଦ: ଏବେ ବି ଆଇସିୟୁରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ବର୍ତ୍ତମାନ ଯତ୍ନ ନେବାର ଆବଶ୍ୟକ ରହିଛି, ଯେଉଁଥିପାଇଁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଆଉ 8ରୁ 10 ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ।

ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ । କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ବୟସ ଅଧିକ ହୋଇଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ ଯେ, ଲତା ମଙ୍ଗେସକରଙ୍କ ଜଣେ ସେବକଙ୍କ ରିପୋର୍ଟ ପଜିଟି୍ଭ ଆସିଥିଲା, ତା’ପରେ ଲତା ମଙ୍ଗେସକରଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ମଧ୍ୟ ପଜିଟି୍ଭ ଆସିଥିଲା । ଏହାପୂର୍ବରୁ 2019 ନଭେମ୍ବରରେ ଭେଟେରାନ ଗାୟିକାଙ୍କ ନିଶ୍ବାସ ପ୍ରଶ୍ବାସରେ ନେବାରେ ଅସୁବିଧା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ 28 ଦିନ ଡାକ୍ତରଖାନାରେ ରହିବାକୁ ପଡିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.