ମୁମ୍ବାଇ: ଭାରତର କୋକିଳ ତଥା ମହାନ ଗାୟିକା ଲତା ମଙ୍ଗେସକର ବିଶ୍ୱର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଚାର୍ଲି ଚାପଲିନଙ୍କ ଜନ୍ମଦିନରେ ତାଙ୍କର ଏକ ଭିଡିଓ ସେୟାର କରି ତାଙ୍କୁ ମନେ ପକାଇଛନ୍ତି ।
ଲତାଜୀ ଏହି ଭିଡିଓ ପୋଷ୍ଟର ଲେଖିଛନ୍ତି ଯେ, ଚାର୍ଲି ଚାପଲିନ ତାଙ୍କର ବ୍ୟଙ୍ଗ ଅଭିନୟ ଦ୍ବାରା ସିନେମା ଜଗତରେ ରାଜ କରୁଥିଲେ । ଚାର୍ଲି ଚାପଲିନଙ୍କ ଅଭିନୟ ଏବଂ ନିର୍ଦ୍ଦେଶନା ସମଗ୍ର ବିଶ୍ୱରେ ବେଶ ଲୋକପ୍ରିୟ ଥିଲା ।
ଚାର୍ଲି ଚାପଲିନଙ୍କୁ ସିନେମା ଇତିହାସର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ବିବେଚନା କରାଯାଏ ଏବଂ ସେ ଜଣେ ବ୍ୟକ୍ତି ଯିଏ ବିଶ୍ୱ ସିନେମାକୁ ଏକ ନୂଆ ଦିଗ ଦେଇଥିଲେ । ଆଜି ଏହିପରି ମହାନ କଳାକାର ଚାର୍ଲି ଚାପଲିନଙ୍କ ଜନ୍ମ ଜୟନ୍ତୀରେ ମୁଁ ତାଙ୍କୁ ପ୍ରଣାମ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଚାର୍ଲି ଚାପଲିନ ଜଣେ ଇଂରାଜୀ ହାସ୍ୟ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଥିଲେ । ତାଙ୍କର ହାସ୍ୟ ଅଭିନୟ ପାଇଁ ସେ ସୁନାମ ଅର୍ଜନ କରିଥିଲେ ।