ETV Bharat / sitara

ଲକଡାଉନରେ କୋକିଳ କଣ୍ଠିଙ୍କ କମେଡି, ହସି ହସି ବେହାଲ ଫ୍ୟାନ୍ସ

ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କୁ ହସାଇଲେ ଲତା ମଙ୍ଗେସକର। ଅଧିକ ପଢନ୍ତୁ...

author img

By

Published : Apr 20, 2020, 12:35 AM IST

_lata mangeshkar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ଲକଡାଉନ ସମୟରେ ଦେଶବାସୀଙ୍କୁ ସେ ସୋସିଆଲ ମିଡିଆରେ ଘରେ ରହି ସୁରକ୍ଷିତ ରହିବାକୁ ଅପିଲ କରୁଥିବାର ମଧ୍ୟ ନଜର ଆସୁଛନ୍ତି। ଇତିମଧ୍ୟରେ ଲତା ଦିଦି ନିଜ ଭାଣେଜୀ ସହ ସମ୍ପୃକ୍ତ ଥିବା ଏକ ମଜାଦାର କାହାଣୀ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସେ ଟ୍ବିଟରେ କରିଥିବା ପୋଷ୍ଟରେ ଲେଖିଛନ୍ତି, ‘ନମସ୍କାର, ଏପରି ବାତାବରଣରେ ଆପଣଙ୍କ ମୁହଁରେ ଟିକେ ଖୁସି ଆଣିବା ପାଇଁ । ମୋ ଭାଣେଜୀ ରଚନାଙ୍କୁ କେହି ପ୍ରଶ୍ନ କରିଥିଲେ ଏବେ ତୁମେ କେଉଁ ଗୀତ ଶୁଣୁଛ । ଏହାର ଜବାବରେ ସେ କହିଥିଲେ ପର୍ଦେ ମେଂ ରହନେ ଦୋ, ପର୍ଦା ନା ଉଠାଓ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ଲତାଙ୍କ ପ୍ରଶଂସକଙ୍କୁ ଖୁବ୍ ହସାଇଛି ଏହି ପୋଷ୍ଟ । ଏହି ପୋଷ୍ଟ ଜରିଆରେ ସେ ଶାନଦାର ଅନ୍ଦାଜରେ ଜନତାଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ପ୍ରକାଶ ଥାଉକି ‘ପର୍ଦେ ମେଂ ରହନେ ଦୋ, ପର୍ଦା ନା ଉଠାଓ’ ଗୀତଟି 1986 ରେ ଆସିଥିବା ଫିଲ୍ମ ଶିଖରର ଫେମସ ଗୀତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.