କୋଲାମ: ଅଙ୍ଗନୱାଡି ଶିକ୍ଷକମାନଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ କରିଥିବାରୁ କେରଳ ମହିଳା ଆୟୋଗ ମାଲାୟାଲମ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଶ୍ଳୀଳ ମନ୍ତବ୍ୟ ଯୋଗୁଁ ଶ୍ରୀନିବାସନ୍ ପ୍ରାୟତଃ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଏକ ସାକ୍ଷାତକାରରେ ଶ୍ରୀନିବାସନ୍ ଅଙ୍ଗନୱାଡି ଶିକ୍ଷକଙ୍କୁ ସମାଲୋଚନା କରି କହିଛନ୍ତି, ଅଙ୍ଗନୱାଡି ଶିକ୍ଷକମାନଙ୍କ କୌଣସି ଯୋଗ୍ୟତା ନାହିଁ । ଏହା ଏମିତି ଏକ ବୃତ୍ତି ଅଟେ ଯେଉଁଥିରେ ବହୁତ ଧୌର୍ଯ୍ୟ ରଖିବାକୁ ପଡିଥାଏ ଏବଂ ଯେଉଁ ପିଲାମାନେ ସେଠାକୁ ପଢିବା ପାଇଁ ଆସିଥାନ୍ତି ସେମାନେ ସେହି ଶିକ୍ଷକମାନଙ୍କ ଗୁଣ ଶିଖିଥାନ୍ତି । କିନ୍ତୁ, ଜାପାନ ଏବଂ ଅନ୍ୟାନ୍ୟ ଦେଶରେ ଯେଉଁମାନେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି, ସେମାନେ ସାଇକ୍ରେଟିସ ଏବଂ ସାଇକୋଲୋଜିଷ୍ଟ ଅଟନ୍ତି ।
ସଂଗଠନ କମିଶନ ସଦସ୍ୟ ସହିଦା କମାଲଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉକି ଶ୍ରୀନିବାସନ୍ ଜଣେ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକ ଅଟନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ