ମୁମ୍ବାଇ: ଫେମସ ଅଭିନେତ୍ରୀ କ୍ରିତି ସାନନ ଏବେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ସେ ଧାରାବାହିକ ‘ହମାରୀ ବୋହୂ ସିଲ୍କ’ର କଳାକାର ଏବଂ କର୍ମଚାରୀଙ୍କ ଏକ ଭିଡିଓ ସେୟାର କ୍ରୋଧିତ ନଜର ଆସୁଛନ୍ତି । ନିକଟରେ ସିରିୟଲର ମୁଖ୍ୟ ଅଭିନେତା ଜାନ ଖାନ କହିଥିଲେ ଯେ ପେମେଣ୍ଟ ନମିଳିବାରୁ ବର୍ତ୍ତମାନ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଆଉ ଏବେ ଶୋ ପାଇଁ କାମ କରିସାରିଥିବା ଜଣେ ଟେକ୍ନସିଆନ ଜଣାଇଛନ୍ତି ଯେ ତାଙ୍କୁ ପେମେଣ୍ଟ ଦିଆଯାଇନାହିଁ । ଯାହା ପାଇଁ ତାଙ୍କ ପାଖରେ ପରିବାରର ପେଟ ପୋଷିବା ପାଇଁ ଟଙ୍କା ନାହିଁ । ବର୍ତ୍ତମାନ ତାଙ୍କ ସ୍ବର ସାଜିଛନ୍ତି କ୍ରିତି।
- " class="align-text-top noRightClick twitterSection" data="
">
ସେହି ଟେକ୍ନିସିଆନ ନିଜର ଏକ ଭିଡିଓ ସେୟାର କରି ନିଜ ଦୁଃଖ ସମସ୍ତଙ୍କୁ ଜଣାଇଛନ୍ତି। ଆଉ ଯେମିତି କ୍ରିତିଙ୍କ ନଜର ଏହି ଭିଡିଓ ଉପରେ ପଡିଥିଲା ସେ ସଙ୍ଗେ ସଙ୍ଗେ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ(ସିଣ୍ଟା)କୁ ଅନୁରୋଧ କରିଥିଲେ। ଆଉ କହିଥିଲେ ଯେ ସବୁ କଳାକାର ଓ କର୍ମଚାରୀଙ୍କୁ ଧାରାବାହିକର ନିର୍ମାତାଙ୍କୁ ଟଙ୍କା ଦେବାକୁ ଚାପ ପକାଯାଉ।