ନୂଆଦିଲ୍ଲୀ: ବଲିଉଡରେ କ୍ରିତି ସାନନ୍ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ତାଙ୍କର ଚମତ୍କାର ଅଭିନୟ ଦ୍ବାରା ସର୍ବଦା ଦର୍ଶକମାନଙ୍କ ହୃଦୟରେ ରହିଛନ୍ତି । କ୍ରିତି ସର୍ବଦା ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିବାକୁ କେବେ ପଛଘୁଞ୍ଚା ମଧ୍ୟ ଦେଇ ନାହାଁନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ, କ୍ରିତିଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କ୍ରିତି ତାଙ୍କ ପିତାଙ୍କ କୋଳରେ ବସିଥିବା ବେଳେ କ୍ରିତିଙ୍କ କୋଳରେ ତାଙ୍କ ଭଉଣୀ ନୁପୁର ବସିଥିବାର ନଜର ଆସିଛନ୍ତି ।
ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
ଏହି ସୁନ୍ଦର ଫଟୋରେ ନୁପୁର କ୍ୟାପସନରେ ଲେଖିଛନ୍ତି "ପାପା ଏବଂ 'ଛୋଟି ମମ୍ମା' । ପୁରୁଣା ଦିନ, ଯେତେବେଳେ ମୁଁ ଛୋଟ କଣ୍ଢେଇ ଭଳି ଥଲି ଏବଂ ସମସ୍ତଙ୍କ କୋଳରେ ବସୁଥିଲି ।
କରୋନାଭାଇରସ ଯୋଗୁଁ ଚାଲିଥିବା ଲକଡାଉନରେ କ୍ରିତି ତାଙ୍କ ପରିବାର ସହିତ ଘରେ ସମୟ ବିତାଉଥିଲେ ।
ପରବର୍ତ୍ତୀ ସମୟରେ, କ୍ରିତି ଖୁବ୍ ଶୀଘ୍ର ଲକ୍ଷ୍ମଣ ଉତେକରଙ୍କ ଆଗାମୀ ଚଳଚ୍ଚିତ୍ର 'ମିମି'ରେ ନଜର ଆସିବେ । ଯାହା ମରାଠୀ ଚଳଚ୍ଚିତ୍ର' ମଲା ଆଇ ବିହାଇଚି'ର ରିମେକ୍ ଅଟେ ।