ETV Bharat / sitara

‘କବୀର ସିଂ’ କୁ ନେଇ କିୟାରାଙ୍କ ବଡ ଖୁଲାସା

ଗତ ବର୍ଷ ବକ୍ସ ଅଫିସକୁ ଦୁଇଟି ହିଟ୍ ଫିଲ୍ମ ଦେବାରେ ସଫଳ ହୋଇଛନ୍ତି ଅଭିନେତ୍ରୀ କିୟାରା ଆଡଭାନୀ । ଗତ ବର୍ଷ ଜୁନରେ ରିଲିଜ ହୋଇଥିବା ତାଙ୍କ ଚର୍ଚ୍ଚିତ ଫିଲ୍ମ ‘କବୀର ସିଂ’ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ଡିସେମ୍ବରରେ ରିଲିଜ ହୋଇଥିବା ଫିଲ୍ମ ‘ଗୁଡନ୍ୟୁଜ’ ସୁପରହିଟ୍ ହୋଇଛି । ଏବେ ସେ ‘କବୀର ସିଂ’ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଆସିଛନ୍ତି ।

author img

By

Published : Jan 24, 2020, 7:25 PM IST

kiara advani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ଶାହିଦ କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ 2019ର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବା ସହ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା । ଫିଲ୍ମରେ ଶାହିଦଙ୍କ ଭୂମିକାଠୁ ନେଇ ଝିଅକୁ ଚାପୁଡା ମାରିବା ସିନ ପର୍ଯ୍ୟନ୍ତ ସବୁ କିଛି ବିବାଦ ଘେରରେ ରହିଥିଲା । ଇତିମଧ୍ୟରେ ଫିଲ୍ମର ଅଭିନେତ୍ରୀ କିୟାରା ଆଡଭାନୀ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ‘କବୀର ସିଂ’ର ଭୂମିକା ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ବର୍ତ୍ତମାନ ସେ।

ନିକଟରେ ଏକ ସାକ୍ଷାତକାରରେ କିୟାରାଙ୍କୁ ଫିଲ୍ମ ବିଷୟରେ ପ୍ରଶ୍ନ କାରଯାଇଥିଲା । ଫିଲ୍ମର ଆଲୋଚନା କରି ସେ କହିଥିଲେ ଯେ ‘କବୀର ସିଂ’ର ଭୂମିକା ଅନେକ ପ୍ରସଙ୍ଗ ଉପରେ ଭୁଲ ଥିଲା । ତାଙ୍କ ପାଇଁ ଏହି ଫିଲ୍ମ କାଳ୍ପନିକ ଭୂମିକା ଠାରୁ ଅଧିକ କିଛି ନୁହେଁ । ଏହା କେବଳ ଦୁଇ ଲୋକଙ୍କ କାହାଣୀ । ତାଙ୍କ ଅନୁଯାୟୀ ଫିଲ୍ମର ଲଭଷ୍ଟୋରି ପାଇଁ ପସନ୍ଦ କରାଯାଇଥିଲା ।

‘କବୀର ସିଂ’ ତାଙ୍କ ପାଇଁ ବଡ ସଫଳତା ଆଣିଛି । ଯାହାର ଅନୁଭବ ତାଙ୍କୁ ନିକଟରେ ହୋଇଥିଲା ଯେତେବେଳେ ସେ ଅକ୍ଷୟ କୁମାରଙ୍କ ସହ ଚଣ୍ଡିଗଡରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଚଣ୍ଡିଗତ ବିଶ୍ବବିଦ୍ୟାଳୟରେ ପଖାପାଖି 8 ହଜାର ଲୋକ ଏକଜୁଟ ହୋଇଥିଲେ । ଆଉ ଯେତେବେଳେ ଅକ୍ଷୟ ଓ ସେ ମଞ୍ଚ ଉପରକୁ ଆସିଲେ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ପ୍ରୀତି ପ୍ରୀତି କହି ଡାକିଥିଲେ । ସେହି ଦିନ ତାଙ୍କୁ ‘କବୀର ସିଂ’ ଫିଲ୍ମର ପପୁଲାରିଟି ବିଷୟରେ ଜଣାପଡିଥିଲା ।

ପ୍ରକାଶ ଥାଉକି ‘କବୀର ସିଂ’ ବିଶ୍ବସ୍ତରରେ 370 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ଶାହିଦ ଓ କିୟାରାଙ୍କ ପାଇଁ ସଫଳତା ମଧ୍ୟ ଆଣିଛି । ଏହି ଫିଲ୍ମ ପରେ କିୟାରା ମଲ୍ଟି ଷ୍ଟାରର ଫିଲ୍ମ ଗୁଡନ୍ୟୁଜରେ ନଜର ଆସିଥିଲେ ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.