ETV Bharat / sitara

କରନଙ୍କ ଆଗାମୀ ପ୍ରୋଜେକ୍ଟରେ କିୟାରା

author img

By

Published : Jun 25, 2019, 11:44 PM IST

ଖୁବ୍ ଶୀଘ୍ର ନେଟଫ୍ଲିକ୍ସର ଆଗାମୀ ଫିଲ୍ମ 'ଗିଲ୍ଟି'ରେ ଅଭିନୟ କରିବାକୁ ଯାଉଛନ୍ତି କିୟାର । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସରେ ତିଆରି ହେବ ଏହି ଫିଲ୍ମ ।

ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମ 'କବୀର ସିଂ'ର ଜବରଦସ୍ତ ବକ୍ସ ଅଫିସ କଲେକ୍ସନ ପରେ ଏବେ କିୟାରା ଆଡାନୀଙ୍କୁ ମିଳିଛି ଆଉ ଏକ ପ୍ରୋଜେକ୍ଟ । ତାଙ୍କ ଅଭିନୟରେ ଖୁସି ହୋଇ ତାଙ୍କୁ ନେଟଫ୍ଲିକ୍ସର ଆଗାମୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି । ଯାହାର ପ୍ରଥମ ଲୁକ ସାମ୍ନାକୁ ଆସିଯାଇଛି । ଜଣାଇ ଦେଉଛୁ ଯେ ଶାହିଦ କପୁରଙ୍କ ସହ 'କବୀର ସିଂ'ରେ ଅଭିନୟ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି କିୟାରା ।

ଏହି ଅବସରରେ ତାଙ୍କ ଗଡଫାଦର ଅର୍ଥାତ୍ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି କି ଖୁବ୍ ଶୀଘ୍ର କିୟାରା ନେଟଫ୍ଲିକ୍ସର ନୂଆ ଫିଲ୍ମରେ ନଜର ଆସିବାକୁ ଯାଉଛି । ସେ କିୟାରାଙ୍କ ଏକ ଫଟୋ ସେୟାର କରି ଫିଲ୍ମର ଘୋଷଣା କରିଛନ୍ତି ।

କରନଙ୍କ ଧର୍ମା ପ୍ରଡକ୍ସନ ନେଟଫ୍ଲିକସରେ ଆସିବାକୁ ଯାଉଥିବା ନୂଆ ଫିଲ୍ମର ଘୋଷାଣା କରିଛି । 'ଗିଲ୍ଟି' ନାମକ ଏହି ଫିଲ୍ମରେ କିୟାରା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି କେବଳ ନେଟଫ୍ଲିକସରେ ହିଁ ରିଲିଜ ହେବ । ଫିଲ୍ମରେ କିୟାରା କଳା-ଧଳା କେଶରେ ହିପହଫ କଲଚରକୁ ଦର୍ଶାଉ ଥିବାର ଦେଖାଯିବେ ।

ଜଣାଇ ଦେଉଛୁ ଯେ ପାଖାପାଖି 5 ବର୍ଷ ପୂର୍ବେ ଫିଲ୍ମ 'ଫଗଲୀ' ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ପଦାର୍ପଣ କରିଥିଲେ କିୟାରା । କିନ୍ତୁ ସେ ପପୁଲାର ସେବେ ହୋଇଥିଲେ ଯେବେ ତାଙ୍କ ନେଟଫ୍ଲିକ୍ସର ସିରିଜ 'ଲଷ୍ଟ ଷ୍ଟୋରିଜ' ରିଲିଜ ହୋଇଥିଲା ।

ପ୍ରକାଶ ଥାଉକି ଦୁଇ ଦିନ ପୂର୍ବରୁ କିୟାର ଫିଲ୍ମ 'କବୀର ସିଂ'ରେ ଦର୍ଶକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଶାହିଦଙ୍କ ସହ ମୁମ୍ବାଇ ସିନେମାଘରେ ପହଞ୍ଚିଥିଲେ ।

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.