ETV Bharat / sitara

‘ଖାନଦାନୀ ସଫାଖାନା’ର ନୂଆ ଟ୍ରାକ ରିଲିଜ

ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଥିବା ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନା'ର ଆଉ ଏକ ଟ୍ରାକ । ଯାହା ଏକ ପାର୍ଟି ସଙ୍ଗ ।

author img

By

Published : Jul 30, 2019, 12:24 PM IST

Updated : Jul 30, 2019, 1:00 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଫିଲ୍ମ 'ଖାନଦାନୀ ସଫାଖାନା' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ପ୍ରଥମ ଥର ସେ ଏକ ଭିନ୍ନ ଅବତାରରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ପୁଣି ଫିଲ୍ମର କ୍ରେଜି ନମ୍ବର ରିଲିଜ 'ସାନ୍ସ ତୋ ଲେ ଲେ' ରିଲିଜ କରିଦେଇଛନ୍ତି । ଯାହା ସୋନାକ୍ଷୀଙ୍କର ମଧ୍ୟ ଫେଭରେଟ ଟ୍ରାକ ।

ଏହି ଖୁସିରେ ବେବି ବେଦୀ ତଥା ସୋନାକ୍ଷୀ ସିହ୍ନା ଟ୍ବିଟରରେ ଏହି ମଜାଦାର ଗୀତଟିକୁ ସେୟାର କରିଛନ୍ତି । 'ରୁକ ଯା ବେବି ସାନ୍ସ ତୋ ଲେ ଲେ' ଗୀତଟି ଫିଲ୍ମର ଦ୍ବିତୀୟ ପାର୍ଟି ନମ୍ବର । ଜବରଦସ୍ତ ମ୍ୟୁଜିକ ସହ ଶାନଦାର ଲିରିକ୍ସର ଓଭରଡୋଜ ଗୀତରେ ଶୁଣିବାକୁ ମିଳୁଛି । ଯାହା ଶୁଣି ଫ୍ୟାନ୍ସ ତ ନିହାତି ଡାନ୍ସ ମୁଡରେ ଆସିଯିବେ ।

  • " class="align-text-top noRightClick twitterSection" data="">

ଗୀତଟି ଏହି ଫିଲ୍ମରେ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ରାପର ବାଦଶାହ ଓ ରିକୋ ଗାଇଥିବା ବେଳେ ଗୀତଟି ପଞ୍ଜାବୀ ଏବଂ ହିନ୍ଦୀରେ ଲେଖାଯାଇଛି । ଏହି ଟ୍ରାକ ଗୀତରେ ସୋନାକ୍ଷୀଙ୍କ ଜୀବନର କିଛି ଝଲକ ଦେଖିବାକୁ ମିଳୁଛି । ସେହିପରି ଏହି ଗୀତରେ ରାପ ଦେବା ସହ ଗୀତଟିକୁ ଲେଖିଛନ୍ତି ଏବଂ କମ୍ପୋଜ କରିଛନ୍ତି ବାଦଶାହ ।

ପ୍ରକାଶ ଥାଉକି ଫିଲ୍ମଟି ଆସନ୍ତା ଶୁକ୍ରବାର ତଥା ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଏକ ସେକ୍ସ କ୍ଲିନିକ ଉପରେ ଆଧାରିତ । ଯେଉଁଥିରେ ବେବି ବେଦୀଙ୍କ ଭୂମିକାରେ ନଜର ଆସିବେ ସୋନାକ୍ଷୀ । ଯିଏ ଏହି ସେକ୍ସ କ୍ଲିନିକ ଜରିଆରେ ଲୋକଙ୍କ ଗୁପ୍ତ ରୋଗ, ଯୌନ ସମ୍ପର୍କ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଶିଳ୍ପି ଦାସଗୁପ୍ତା କରିଥିବା ବେଳେ ପ୍ରଯୋଜନା ଭୂଷଣ କୁମାର, ମିରଘାଦୀପ ସିଂ ଲାବା ଏବଂ ମହାବୀର ଜୈନ ମିଶି କରିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Jul 30, 2019, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.