ହାଇଦ୍ରାବାଦ: ସାଉଥ୍ ଅଭିନେତା ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍- ଚାପ୍ଟର୍ ୨'ର ଟ୍ରେଲର ତାରିଖ ଘୋଷଣା କରାଯାଇଛି। ଫିଲ୍ମର ଟ୍ରେଲର ଚଳିତ ମାସ 27 ତାରିଖ ସନ୍ଧ୍ୟା 6.40ରେ ମୁକ୍ତିଲାଭ କରିବ । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସୋସିଆଲ ମିଡିଆ ଏହି ସୂଚନା ଦେଇଛନ୍ତି । ଫିଲ୍ମର ରିଲିଜ୍ ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଏପ୍ରିଲ 14ରେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବାକୁ ଯାଉଛି ।
- " class="align-text-top noRightClick twitterSection" data="
">
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ପ୍ରଥମ ପାର୍ଟ 2018 ମସିହାରେ ମୁକ୍ତିଲାଭ କରିଥିଲା, ଯାହାପରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଯାଇଥିଲା । ସେବେଠାରୁ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ଦେଖିବା ପାଇଁ ପ୍ରଶଂସକମାନେ ଚାତକ ପରି ଚାହିଁ ବସିଥିଲେ।
ଚଳଚ୍ଚିତ୍ରର ପ୍ରଥମ ପାର୍ଟ ଫିଲ୍ମର ମୁଖ୍ୟ ଭିଲେନ୍ ଗରୁଣାଙ୍କ ମୃତ୍ୟୁରେ ଶେଷ ହୋଇଥିଲା, ଯାହା ପରେ ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଡନ୍ ଗରିଣାଙ୍କ ମୃତ୍ୟୁରେ ଚକିତ ହୋଇଯାଇଛନ୍ତି । ଏଥି ସହିତ, ଶେଷରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ରବୀନା ଟଣ୍ଡନ ସେନାଙ୍କୁ ହମଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେନାକୁ ଏହି ଆଦେଶ କାହା ବିରୁଦ୍ଧରେ ଦିଆଯାଇଛି, ଏହା ଫିଲ୍ମ ସହିତ ଜଡିତ ଏକ ବଡ କ୍ଲାଇମାକ୍ସ । ଏହା ଆଗକୁ ଥିବା କାହାଣୀ ଏବେ ଫିଲ୍ମର ଦ୍ବିତୀୟ ଭାଗରେ ଦେଖାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ