ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଧୀରେ ଧୀରେ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକାମାନେ ମଧ୍ୟ କୋରୋନା ମହାମାରୀର ସମ୍ମୁଖୀନ ହେଉଛନ୍ତି । କିଛିଦିନ ପୂର୍ବରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବାର ଖବର ସୋସିଆଲ ମିଡିଆରେ ଜଣାଇଥିଲେ ।
- " class="align-text-top noRightClick twitterSection" data="
">
କୋରୋନା ସଂକ୍ରମିତ ହେବା ପରେ କ୍ୟାଟ୍ରିନା ହୋମ କ୍ବାରେଣ୍ଟାଇନ ରହିଥିଲେ । ଏବେ କ୍ୟାଟ୍ରିନା ଘରେ ଚିକିତ୍ସିତ ହେଉଛନ୍ତି । ଆଜିକାଲି ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି । ନିକଟରେ କ୍ୟାଟ୍ରିନା ତାଙ୍କର ଏକ ସନ କିସଡ୍ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି।
ଫଟୋ ସେୟାର କରି କ୍ୟାଟ୍ ଲେଖିଛନ୍ତି, 'ସମୟ ଏବଂ ଧୈର୍ଯ୍ୟ' । ଏହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକମାନଙ୍କୁ କହିବାକୁ ଚେଷ୍ଟା କରୁଛନ୍ତି ଯେ କୋରୋନାରୁ ଠିକ୍ ହେବା ପାଇଁ ତାଙ୍କୁ ଆଉ କିଛି ସମୟ ଲାଗିପାରେ । ତେଣୁ ଏହି ସମୟରେ ଧୈର୍ଯ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ଫଟୋରେ ମେକଅପ୍ ବିନା କ୍ୟାଟ୍ ମଧ୍ୟ ବହୁତ ସୁନ୍ଦର ଦେଖାଯାଇଛନ୍ତି ।
ପ୍ରକାଶ ଥାଉ ଯେ, କ୍ୟାଟ୍ରିନା ତାଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର-3 ର ସୁଟିଂ ଶେଷ କରିସାରିଛନ୍ତି। ଏବଂ ଆଉ କିଛି ଅଂଶ ଏପ୍ରିଲ୍ ଶେଷରେ ସୁଟିଂ କରାଯିବ ।