ETV Bharat / sitara

କେମିତି ଫିଟ୍ ରହୁଛନ୍ତି କ୍ୟାଟ୍, ଜାଣନ୍ତୁ ତାଙ୍କ ଡାଏଟ ପ୍ଲାନ - କ୍ୟାଟ୍ରିନା କୈପଙ୍କ ବଡ ଖୁଲାସା

ବଲିଉଡରେ ଅଭିନେତ୍ରୀ ସବୁବେଳେ ନିଜକୁ ଫିଟ୍ ରଖିବାକୁ ଅନେକ ଚେଷ୍ଟା କରନ୍ତି । ସେ ଖାଦ୍ୟଠୁ ନେଇ ନିଜ ୱାର୍କଆଉଟ ପର୍ଯ୍ୟନ୍ତ ସବୁ ଜିନିଷରେ ଖୁବ୍ ଧ୍ୟାନ ଦିଅନ୍ତି। ଇତିମଧ୍ୟରେ କ୍ୟାଟ୍ରିନା କୈଫ ନିଜେ ଫିଟ୍ ରହିବା ସିକ୍ରେଟର ଖୁଲାସା କରିଛନ୍ତି ।

katrina kaif
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
author img

By

Published : Feb 29, 2020, 1:57 PM IST

ମୁମ୍ବାଇ: ଫିଟନେସ୍ ଆଇକନ ଓ 36 ବର୍ଷ ବୟସରେ ଲୋକଙ୍କ ପ୍ରେରଣା ଦେଉଥିବା ଅଭିନେତ୍ରୀ କ୍ୟାଟ୍ରିନା କୈଫ ସବୁବେଳେ ନିଜ ଫିଟନେସକୁ ଅଧିକ ଗୁରୁତ୍ବ ଦିଅନ୍ତି । ଏହାସହ ସେ ନିଜ ୱାର୍କଆଉଟର ଯୋଜନା ମଧ୍ୟ ନିଜେ ତିଆରି କରନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ନିଜ ଫିଟନେସର ରାଜ ଖୋଲିଛନ୍ତି ସେ।

ସାକ୍ଷାତକାରରେ ସେ କହିଥିଲେ ସେ ସବୁବେଳେ ଫିଟନେସ ଉପରେ ଅଧିକ ଧ୍ୟାନ ଦିଏ ।ସପ୍ତାହର ସାତ ଦିନରେ ସେ 1-3 ଘଣ୍ଟାର ୱାର୍କଆଉଟ କରନ୍ତି । ନିଜକୁ ଚ୍ୟାଲେଞ୍ଜ କରିବାକୁ ସେ ପସନ୍ଦ କରନ୍ତି। ଏହି କାରଣ ପାଇଁ ସେ ନିଜର ୱାର୍କଆଉଟ ପ୍ଲାନ ନିଜେ ତିଆରି କରନ୍ତି। ଯେଉଁଥିରେ ସ୍କ୍ବାଟ୍ସ ଓ ପୁଶ ଅଫ୍ସ ୱାର୍କଆଉଟ ଅଧିକ ସାମିଲ ଥାଏ। ସେ ପିଲେଟ୍ସ, ୟୋଗା କାର୍ଡିୟୋ, ୱେଟ ଟ୍ରେନିଂ ଏବଂ ଫଙ୍କନ୍ସାଲ ଟ୍ରେନିଂ ମଧ୍ୟ କରନ୍ତି।

ଖାଲି ଏତିକି ନୁହେଁ ସେ ନିଜ ଡାଏଟ ବିଷୟରେ ମଧ୍ୟ ଅନେକ କଥା ଖୁଲାସା କରିଥିଲେ। ସେ ନିଜ ଖାଦ୍ୟରେ ସବୁବେଳେ ସନ୍ତୁଳନ ବଜାୟ ରଖନ୍ତି । ନିୟମ ଅନୁଯାୟୀ ସେ ସେହି ଖାଦ୍ୟ ପଦାର୍ଥକୁ ଛାଡି ଦିଅନ୍ତି ଯେଉଁଥିରେ ଗ୍ଲୁଟେନ, ରିଫାଇଣ୍ଡ, ଦୁଗ୍ଧ ଜାତୀୟ ଜିନିଷ ସାମିଲ ଥାଏ। ସକାଳ ଆରମ୍ଭରୁ ସେ ଚାରି ଗ୍ଲାସ ଗରମ ପାଣି ପିଅନ୍ତି । ପ୍ରତି ଦୁଇ ଘଣ୍ଟା ମଧ୍ୟରେ ସେ ସିଝା ପନିପରିବାର ଓ ଫଳ ଖାଆନ୍ତି। ଆଉ ସକାଳ ଜଳଖିଆରେ ସେ ସେରେଲ୍ସ, ଦଲିୟା ଖାଇବା ବେଳେ ଦ୍ବିପହର ଖାଦ୍ୟରେ ସେ ଗ୍ରୀଲ୍ଡ ମାଛ, ସାଲାଡ ଖାଆନ୍ତି। ସେହିପରି ସନ୍ଧ୍ୟା ଜଳଖିଆରେ ସେ ପିନଟ ବଟର ସହ ବ୍ରାଉନ ବ୍ରେଡ ଖାଆନ୍ତି । ଆଉ ରାତିର ଖାଦ୍ୟରେ ସେ ସୁପ, ମାଛ ଓ ସାଲାଡ ଖାଆନ୍ତି । ସେ ସବୁବେଳେ ନିଜକୁ ହାଇଡ୍ରେଟେଡ ରଖିବାକୁ ପସନ୍ଦ କରନ୍ତି।

ପ୍ରକାଶ ଥାଉକି କ୍ୟାଟଙ୍କ ପୂର୍ବରୁ କରୀନା କପୁର ଖାନ ମଧ୍ୟ ନିଜ ଡାଏଟ ବିଷୟରେ ଖୁଲାସା କରିସାରିଛନ୍ତି । କରୀନା ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏ ଜିରୋ ଫିଗର ଟ୍ରେଣ୍ଡ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.