ମୁମ୍ବାଇ: ସେକ୍ସୀ କ୍ୟାଟ୍ରିନା କୈଫ ଓ ସଲମାନ ଖାନଙ୍କ କେମେଷ୍ଟ୍ରି ପୁଣି ବଡ ପରଦାରେ ଦେଖିବାକୁ ମିଳିବ । ଜୁନ 5ରେ ସଲ୍ଲୁ ଓ କ୍ୟାଟଙ୍କ ଚର୍ଚ୍ଚିତ ଫିଲ୍ମ 'ଭାରତ' ସିଲଭର ସ୍କ୍ରିନିଂରେ ରିଲିଜ ହେବାକୁ ଯାଉଛି । ଏବେ ଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ହେଖିବାକୁ ମିଳୁଛି । କିନ୍ତୁ ଇତିମଧ୍ୟରେ ଏମିତି ଏକ ଖବର ଶୁଣିବାକୁ ମିଳୁଛି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଦୀର୍ଘ ସମୟରୁ ଫ୍ୟାନ୍ସ ଅପେକ୍ଷା କରିବସିଛନ୍ତି ସଲମାନଙ୍କ ବିବାହକୁ ନେଇ । ଏବେ ଲାଗୁଛି ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିବ କାରଣ କ୍ୟାଟ ବିବାହର ପ୍ରପୋଜ କରିଛନ୍ତି ସଲମାନଙ୍କୁ ।
- " class="align-text-top noRightClick twitterSection" data="
">
ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା ତେବେ ଆସନ୍ତୁ ଜାଣିବାର ଏହାର ବାସ୍ତବ କଥା । ବର୍ତ୍ତମାନ 'ଭାରତ' ଫିଲ୍ମରେ ଗୋଟିଏ ସିନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କ୍ୟାଟ ବିବାହ ପାଇଁ ସଲମାନଙ୍କୁ କହୁଥିବାର ଦେଖାଯାଇଛନ୍ତି ।
ସେ ଏହା କହୁଥିବାର ନଜର ଆସୁଛନ୍ତି, "ମୋର ବିବାହ ବୟସ ହୋଇଗଲାଣି, ଆଉ ତୁମେ ମୋତେ ଭଲ ଲାଗୁଛ । ତେବେ କୁହ କେବେ ବିବାହ କରିବା ।" କ୍ୟାଟଙ୍କ ପ୍ରପୋଜରେ ନର୍ଭସ ହୋଇ କାଶିବାରେ ଲାଗୁଛନ୍ତି ଭାଇଜାନ । ସେ ରିଲ ଲାଇଫରେ ମଧ୍ୟ ବିବାହ କଥା ଶୁଣି ରିୟଲ ଲାଇଫର ରିଆକ୍ସନ ଦେଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ...