ହାଇଦ୍ରାବାଦ: ବିବାହର ଦେଢ ମାସ ପରେ କ୍ୟାଟ୍ରିନା କୈଫ ମାଲଦ୍ବୀପରେ ପହଞ୍ଚିଛନ୍ତି। ମାଲଦ୍ବୀପରେ କ୍ୟାଟ୍ରିନା କୈଫ ଖୁବ ମସ୍ତି କରୁଥିବା ଫଟୋ ଭାଇରାଲ ହେଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେ ନିଜ ପ୍ରିୟ ସ୍ଥାନରେ ପହଞ୍ଚିଛନ୍ତି । ସେ ମାଲଦ୍ବୀପକୁ ତାଙ୍କର ଖୁସିର ସ୍ଥାନ ବୋଲି ବର୍ଣ୍ଣନା କରିଛନ୍ତି ।
ତେବେ, ଭିକି ତାଙ୍କ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାରୁ କ୍ୟାଟ୍ରିନା କୈଫ ଏହି ଯାତ୍ରାରେ ଭିକି କୌଶଲଙ୍କ ସହ ନାହାଁନ୍ତି । ଏହି ଫଟୋରେ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ସମୁଦ୍ର କୂଳରେ ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ବିବାହ ପରେ ଏବେ ସୁଟିଂରେ ବ୍ୟସ୍ତ ରହିବେ କ୍ୟାଟ୍ରିନା । ସେ 'ଟାଇଗର ୩' ରେ ସଲମାନ ଖାନଙ୍କ ସହ କାମ କରୁଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇସାରି ଥିବାବେଳେ ସେ ଶୀଘ୍ର ଟିମ୍ରେ ମଧ୍ୟ ଯୋଗଦେବେ । ସେ ଖୁବ୍ ଶୀଘ୍ର ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ୍ ଖଟ୍ଟରଙ୍କ ସହ 'ଭୁତ ପୋଲିସ୍'ରେ ନଜର ଆସିବେ। ଏହା ବ୍ୟତୀତ ସେ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜି ଲେ ଜରା'ରେ ପ୍ରିୟଙ୍କା ଏବଂ ଆଲିଆଙ୍କ ସହ କାମ କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ