ETV Bharat / sitara

କୋଭିଡ19: ରଦ୍ଦ ହେଲା କଶିଶ ଇଣ୍ଟରନ୍ୟାସନାଲ କ୍ବୀର ଫିଲ୍ମ ଫେଷ୍ଟିଭାଲ

ଆସନ୍ତା ମେ ମାସରେ ମୁମ୍ବାଇରେ ହେବାକୁ ଯାଉଥିବା କଶିଶ ଇଣ୍ଟରନ୍ୟାସନାଲ କ୍ବୀର ଫିଲ୍ମ ଫେଷ୍ଟିଭାଲ ଆସନ୍ତା ସେପ୍ଟେମ୍ବରରେ ଆୟୋଜନ ହେବ। ଖୁବଶୀଘ୍ର ଘୋଷଣା ହେବ ତାରିଖ।

_kashish mumbai international queer film festival
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରୀଧର ରଙ୍ଗାୟନ
author img

By

Published : Mar 20, 2020, 12:26 PM IST

ନୂଆଦିଲ୍ଲୀ: ବର୍ତ୍ତମାନ କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଦେଶବାସୀ ଚେଷ୍ଟା ଚଳାଇଛନ୍ତି। ଏହି ଭାଇରସ ପାଇଁ ଦେଶର ଅନେକ ବଡ ବଡ ଇଭେଣ୍ଟ, ଫିଲ୍ମ ରିଲିଜ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ମୁମ୍ବାଇରେ ମେ ମାସରେ ହେବାକୁ ଯାଉଥିବା 11ତମ କଶିଶ ଇଣ୍ଟରନ୍ୟାସନାଲ କ୍ବୀର ଫିଲ୍ମ ଫେଷ୍ଟିଭାଲକୁ ରଦ୍ଦ କରାଯାଇଛି। ଏହି ଫେଷ୍ଟିଭାଲ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ।

କୋରୋନା ଭାଇରସ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ଏହାର ଆୟୋଜକ। ପ୍ରକାଶ ଥାଉକି ଏହି ଫେଷ୍ଟିଭାଲ ମେ 20ରୁ ଆରମ୍ଭ ହେଉ 24ରେ ଶେଷ ହୋଇଥାଆନ୍ତା । ଏହି ତିନି ଦିନ ପାଇଁ ଭିନ୍ନ ଭିନ୍ନ ସ୍ଥାନ ଚୟନ କରାଯାଇଥିଲା । ଯେଉଁଥିରେ ଲିବର୍ଟୀ ସିନେମା, ମେଟ୍ରୋ ଆଇନକ୍ସ ଓ ଆଲିୟାନ୍ସ ଫ୍ରାନ୍ସିସ ଡି ବମ୍ବେ ସାମିଲ ଅଛି।

କଶିଶ ଫିଲ୍ମ ଫେଷ୍ଟିଭାଲର ଡାଇରେକ୍ଟର ଶ୍ରୀଧର ରଙ୍ଗାୟନ ଏହି ମାମଲାରେ କହିଛନ୍ତି ଯେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା କଥା। ସେପ୍ଟେମ୍ବରର କେଉଁ ତାରିଖରେ ଏହାର ଆୟୋଜନ କରାଯିବ ତାର ଘୋଷଣା ଏଯାବତ ହୋଇନାହିଁ । ହେଲେ ସେ ଚେଷ୍ଟା କରିବେ ଖୁବଶୀଘ୍ର ତାରିଖ ଘୋଷଣା କରିବାକୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.