ମୁମ୍ବାଇ: କୋରୋନା ମୁକାବିଲା ପାଇଁ ଲକଡାଉନରେ ସାରା ଦେଶ । ଏହି ସମୟରେ ସବୁ ସେଲିବ୍ରିଟିମାନେ ଘରେ ରହି କିଛି ନା କିଛି କାମ କରି ସମୟ ବିତାଉଛନ୍ତି । ସେହିପରି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟାନ ସୋସିଆଲ ମିଡିଆରେ ବହୁତ ସମୟ କାଟୁଛନ୍ତି । ସେ ସୋସିଆଲ ମିଡିଆରେ କିଛି ମଜାଳିଆ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରୁଛନ୍ତି ।
ନିକଟରେ କାର୍ତ୍ତିକ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ କାର୍ତ୍ତିକ ରକଷ୍ଟାର ପରି ଗିଟାର ବଜାଉଥିବାର ଦେଖିବାକୁ ମିଳିଥିଲା ।
ଏହି ଭିଡିଓରେ କାର୍ତ୍ତିକ ପୁରା ଉପଭୋଗର ସହିତ ଗିତାର ବଜାଉଛନ୍ତି । କାର୍ତ୍ତିକ ଏମିତି ଗିଟାର ବଜାଇଥିଲେ ଯେ, ତାଙ୍କ ଆଙ୍ଗୁଠି କଟି ଯାଇଥିଲା । କିନ୍ତୁ ଏହାପରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ମଜାଦାର ଥିଲା ।
ପ୍ରକୃତରେ କାର୍ତ୍ତିକ କୌଣସି ଗିଟାର ବଜାଉ ନଥିଲେ ବରଂ ସେ କେବଳ ଗିଟାର ବଜାଇବାର ଅଭିନୟ କରୁଥିଲେ । ଏହି ସମୟରେ ହଠାତ କାର୍ତ୍ତିକଙ୍କ ଏକ ଫୋନ କଲ ଆସେ ଏବଂ ଗିଟାର ମ୍ୟୁଜିକ ବଦଳରେ ଫୋନର ରିଙ୍ଗ ବାଜିଥାଏ ।
ଏହି ମଜାଳିଆ ଭିଡିଓ ସହିତ କାର୍ତ୍ତିକ ଏକ କ୍ୟାପସନ ମଧ୍ୟ ଦେଇଥିଲେ । ଏହି ଭିଡିଓର କ୍ୟାପସନରେ କାର୍ତ୍ତିକ ଲେଖିଛନ୍ତି ଯେ, ଯେଉଁମାନେ ମୋତେ ପସନ୍ଦ କରନ୍ତି ନାହିଁ ସେମାନେ କହିବେ ଯେ, ମୁଁ ଏହି ଗିଟାର ବଜାଉ ନାହିଁ ।
- " class="align-text-top noRightClick twitterSection" data="
">
କାର୍ତ୍ତିକଙ୍କ ଏହି ଭିଡିଓରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକମାନେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
କାର୍ତ୍ତିକଙ୍କ ଏହି ଭିଡିଓରେ ଶିଳ୍ପା ସେଟ୍ଟୀ ଲେଖିଛନ୍ତି ଯେ, ଏ ଭିଡିଓକୁ ପ୍ରକୃତରେ ବିଶ୍ବାସ କରିବା ବହୁ କଷ୍ଟକର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ