ମୁମ୍ବାଇ: ଦୀର୍ଘସମୟରୁ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ରିଲେସନ ଚର୍ଚ୍ଚାରେ । ଦୁଇଜଣ ଯେବେଠାରୁ ଲଭ ‘ଆଜକଲ2’ ର ସୁଟିଂ ଆରମ୍ଭ କରିଥିଲେ, ସେହି ସମୟଠାରୁ ଦୁଇଜଣଙ୍କ ରିଲେଶନ ଚର୍ଚ୍ଚା ଜୋର ଧରିଥିଲା । ଦର୍ଶକ ମଧ୍ୟ ଏହି ନୂଆ ଲଭବାର୍ଡକୁ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ହଠାତ୍ ଗତ ମାସରେ ଦୁଇଜଣଙ୍କ ବ୍ରେକଅପ ଖବର ଶୁଣି ନିରାଶ ହୋଇଯାଇଥିଲେ ଫ୍ୟାନ୍ସ । ଦୁଇଜଣ କିନ୍ତୁ ନିଜ ବ୍ରେକଅପ କଥା ଉପରେ କୌଣସି ବୟାନ ଏଯାବତ ଦେଇନଥିଲେ । ଇତିମଧ୍ୟରେ ଏକ ପ୍ରେସ କନଫ୍ରେନ୍ସରେ କାର୍ତ୍ତିକ ନିଜ ବ୍ରେକଅପକୁ ନେଇ ବୟାନ ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାରେ।
କାର୍ତ୍ତିକ ବ୍ରେକଅପ ପ୍ରଶ୍ନ ଉପରେ ଜବାବ ଦେଇ କହିଥିଲେ ଯେ ସେ ଦୁଇଟି ରୁଟି ଅନନ୍ୟା ପାଣ୍ଡେଙ୍କ ସହ କଣ ଖାଇଥିଲେ ଯେ ସେହି ବିଷୟରେ ସମସ୍ତେ ପ୍ରଶ୍ନ କରୁଛନ୍ତି । ସେ ନିକଟରେ ଅମିତାଭ ବଚ୍ଚନଙ୍କ ସହ ଏକ ବିଜ୍ଞାପନ ଫିଲ୍ମ କରିଥିଲେ ଆଉ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ସେହି ସମୟରେ କିନ୍ତୁ କେହି ଜଣେ କିଛି ପଚାରିନଥିଲେ ।
ଆମେ ସମସ୍ତେ ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ସ୍ଥାନ ନିଜ ପାଇଁ ପ୍ରସ୍ତୁତ କରୁଛୁ । ଆଉ ପ୍ରାୟତଃ ସମସ୍ତେ ଭିନ୍ନ ଭିନ୍ନ ଫିଲ୍ମରେ ଅଭିନୟ ମଧ୍ୟ କରୁଛନ୍ତି। ଆମେ ପରିଶ୍ରମ ଉପରେ ବିଶ୍ବାସ କରୁଛୁ । ଏହି ପଏଣ୍ଟ ସବୁ ଆକ୍ଟର୍ସଙ୍କ ମଧ୍ୟରେ ସମାନ। ଯାହା ଆମକୁ ସମ୍ପୃକ୍ତ କରୁଛି । କିନ୍ତୁ ଆମ ଫିଲ୍ମ ଯାତ୍ରାରେ ବହୁତ ଅନ୍ତର ଅଛି । ଆମ ପରସ୍ପରକୁ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଉଛୁ ବୋଲି କହିଥିଲେ କାର୍ତ୍ତିକ। ଏହାସହ ସେ ରଣବୀର ସିଂଙ୍କ ଲୋକପ୍ରିୟତା ଦେଖି ଈର୍ଷା କରୁଛନ୍ତି ବୋଲି ମଧ୍ୟ କହିଥିଲେ।