ମୁମ୍ବାଇ: କ୍ୟୁଟ କାର୍ତ୍ତିକ ଆର୍ୟନଙ୍କ ବହୁତ କମ ସମୟରେ ବଲିଉଡର ଟପ ଅଭିନେତାଙ୍କ ତାଲିକାରେ ସାମିଲ ହେବାରେ ସଫଳ ହୋଇପାରିଛନ୍ତି । ଗୋଟିଏ ପରେ ଗୋଟିଏ ମଜାଦାର ଫିଲ୍ମ ସେ ବଲିଉଡକୁ ଦେଇସାରିଲେଣି । ତାଙ୍କ କ୍ୟୁଟନେସ ଉପରେ ଫିଦା ହଜାର ହଜାର ଫିମେଲ ଫ୍ୟାନ୍ସ । ଖାଲି ଏତିକି ନୁହେଁ ସେ ବଲିଉଡ ନିର୍ମାତାଙ୍କ ମଧ୍ୟ ପ୍ରଥମ ପସନ୍ଦ । ବର୍ତ୍ତମାନ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର ରହିଅଛି । ଏହି କ୍ରମରେ ‘ପତି ପତ୍ନୀ ଔର ୱୋ’, ‘ଆଜକଲ’, ‘ଭୁଲ ଭୁଲୈୟା 2’ ଏବଂ ‘ଦୋସ୍ତାନା 2’ ସାମିଲ ଅଛି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଏବେ ତାଙ୍କୁ ନେଇ ଶୁଣିବାକୁ ମିଳୁଛି ବଡ ଖବର । ନିଜ ଫିସ୍ ବଢାଇନେଇଛନ୍ତି କାର୍ତ୍ତିକ । ।
ପ୍ରକାଶ ଥାଉକି ନିଜର ବଢୁଥିବା ପପୁଲାରିଟି ଏବଂ ଷ୍ଟାରଡମ ଦେଖି କାର୍ତ୍ତିକ ନିଜ ଫିସ୍ ବଢାଇଛନ୍ତି । ତାଙ୍କ ଅନୁଯାୟୀ ସେ ଗତ କିଛି ବର୍ଷରୁ ଭଲ ମେକର୍ସଙ୍କ ସହ କାମ କରିବା ସହ କମ ଫିସ୍ ନେଉଥିଲେ । ଏବେ ସମୟ ଆସିଯାଇଛି ନିଜ ଫିସ୍ ବଢାଇବାରେ । ଆଗାମୀ ଭବିଷ୍ୟତରେ କାର୍ତ୍ତିକ 7 କୋଟି ଟଙ୍କ ଫିସ୍ ନେବେ । ସେ କହିଛନ୍ତି ବର୍ତ୍ତମାନ ସେ ସଫଳ ସ୍ଥାନରେ ପହଞ୍ଚିସାରିଛନ୍ତି। ତେଣୁ ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ନିହାତି ସିନେମାଘରକୁ ଯିବେ । ସେ ଗୋଟିଏ ଫିଲ୍ମ ପାଇଁ ମେକର୍ସଙ୍କୁ 7 କୋଟି ଟଙ୍କା ଫିସ୍ ନେବାର ଅପିଲ କରିଛନ୍ତି ।
ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଲୁକା ଛୁପି’ର ଶାନଦାର ସଫଳତା ପରେ କାର୍ତ୍ତିକ ନିଜ ଫିସ୍ ବଢାଇବାର ଡିମାଣ୍ଡ କରିଥିଲେ । ଯାହା ଏବେ ପୁରା ହେବାକୁ ଯାଉଛି ।