ETV Bharat / sitara

ଜାଣନ୍ତୁ ବେବୋଙ୍କ ଫିଟନେସ ସିକ୍ରେଟ... - କରୀନା କପୁରଙ୍କ ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡା

ସବୁବେଳେ ନିଜକୁ ଫିଟ୍ ରଖିବାକୁ ଖୁବ୍ ପସନ୍ଦ କରନ୍ତି କରୀନା କପୁର। ଜଙ୍କ ଫୁଡ ପରିବର୍ତ୍ତେ ସେ ଘର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହାର ଖୁଲାସା ସେ ସୋସିଆଲ ମିଡିଆରେ କରିଛନ୍ତି।

kareena kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 27, 2020, 1:05 PM IST

ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନଙ୍କ ନାମ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ, ଯିଏ ସବୁବେଳେ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦିଅନ୍ତି । ବଲିଉଡରେ ଜିରୋ ଫିଗର ଟ୍ରେଣ୍ଡ କରୀନା ଆରମ୍ଭ କରିଥିଲେ। ଯାହାକୁ ଅନେକ ଅଭିନେତ୍ରୀ ଫଲୋ ମଧ୍ୟ କରିଥିଲେ। ଗର୍ଭବତୀ ସମୟରେ କରୀନାଙ୍କ ଓଜନ ଖୁବ୍ ବଢିଯାଇଥିଲା। ହେଲେ ତୈମୁରଙ୍କୁ ଜନ୍ମ ଦେବା ପରେ ସେ ପୁଣିଥରେ ନିଜ ପରଫେଟ ଫିଗର ହାସିଲ କରିବାରେ ସଫଳ ହୋଇଥିଲେ। କରୀନାଙ୍କ ଏହି ବଡି ଟ୍ରାନ୍ସଫର୍ମେଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଇତିମଧ୍ୟରେ ସେ ଫ୍ୟାନ୍ସଙ୍କ ପାଇଁ ଫିଟନେସ ସିକ୍ରେଟ ସେୟାର କରିଛନ୍ତି। କରୀନା ସୋସିଆଲ ମିଡିଆର ବ୍ୟବହାର ବହୁତ କମ କରନ୍ତି। ହେଲେ ଏଥର ସେ ନିଜ ୱାର୍କଆଉଟ ବିଷୟରେ ଅନେକ କଥା ସେୟାର କରିଛନ୍ତି । ୱାର୍କଆଉଟ ବ୍ୟତୀତ କରୀନାଙ୍କ ଅନୁଯାୟୀ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଖାଇବାର ଆବଶ୍ୟକ ଅଛି।

ସେ ଖୁଲାସା କରିଛନ୍ତି ଯେ ସକାଳେ ଗରମ ପାଣି ସହ ଲେମ୍ବୁ ମିଶାଇ ସବୁବେଳେ ପିଅନ୍ତି । ଏପରି ଆରମ୍ଭ ହୋଇଥାଏ ତାଙ୍କ ଦିନ । ଏହାପରରେ ସେ ସକାଳ ଜଳଖିଆରେ ପୋହା କିମ୍ବା ଉପମା ଖାଆନ୍ତି । ସେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଘରେ ତିଆରି ହେଉଥିବା ଖାଦ୍ୟ ସେ ଦ୍ବିପହର ଓ ରାତିରେ ଖାଆନ୍ତି । ସେ ରାତି 8 ଘଣ୍ଟିକା ସମୟରେ ଡିନର କରିବାକୁ ଭଲ ପାଆନ୍ତି।

ପ୍ରକାଶ ଥାଉକି କରିନା ଖୁବଶୀଘ୍ର ଆମୀର ଖାନଙ୍କ ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାରେ ନଜର ଆସିବେ । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ସେ । ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ଫିଲ୍ମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.