ମୁମ୍ବାଇ: ଏବେ ବି-ଟାଉନର ବେବୋ କରୀନା କପୁର ଖାନ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ଖୁବ୍ ବ୍ୟସ୍ତ। ଫିଲ୍ମରେ ସେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଅପୋଜିଟ୍ ନଜର ଆସିବେ। ନିକଟରେ କରୀନା ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ। ଯାହାପରଠୁ ସେ ଫ୍ୟାନ୍ସଙ୍କ ପାଇଁ ନିଜ ଫଟୋ ସହ ନିଜ ପରିବାର ଫଟୋ ସେୟାର କରିବାରେ ଲାଗିଛନ୍ତି। ହେଲେ ଆଜି ଆମୀରଙ୍କ 55ତମ ଜନ୍ମଦିନରେ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଭିନ୍ନ ଅନ୍ଦାଜରେ ତାଙ୍କୁ ବର୍ଥଡେ ୱିଶ କରିଛନ୍ତି।
ସେ ଇନଷ୍ଟାଗ୍ରାମରେ ଏକ ସେଲ୍ଫି ଫଟୋ ସେୟାର କରିଛନ୍ତି । ଫଟୋରେ ସେ ହସୁଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ପାଖରେ ମୁହଁରେ ତକିଆ ଦେଇ ଶୋଇଥିବାର ଦେଖାଯାଉଛନ୍ତି ଆମୀର । ଫଟୋର କ୍ୟାପସନରେ କରୀନା ନିଜ ପସନ୍ଦୀୟ କୋ-ଷ୍ଟାରଙ୍କ ନାମ କହିଛନ୍ତି । ଏବେ ଆପଣ ଭାବୁଥିବେ ଯେ ସେ ଆମୀରଙ୍କ ବିଷୟରେ କହୁଛନ୍ତି ବୋଲି। ହେଲେ ଏମିତି ଆଦୌ ନୁହେଁ । କାରଣ ସେ ଲେଖିଛନ୍ତି ତାଙ୍କ ପସନ୍ଦୀୟ କୋ-ଷ୍ଟାର ଆମୀରଙ୍କ ତକିଆ । ଆପଣ ମଧ୍ୟ ଦେଖନ୍ତୁ ଏହି ଫଟୋ...
ପ୍ରକାଶ ଥାଉକି ଆମୀର ଖାନ ଗତ ବର୍ଷ ନିଜ ଜନ୍ମଦିନ ଅବସରରେ ‘ଲାଲ ସିଂ ଚଡ୍ଡା’ର ଘୋଷଣା କରିଥିଲେ । ଏହି ଫିଲ୍ମଟି ହଲିଉଡ ଫିଲ୍ମ ‘ଦ ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଫିଲ୍ମ ସୁଟରୁ ଆମୀରଙ୍କ ଅନେକ ଲୁକ ସାମ୍ନାକୁ ଆସିସାରିଛି । ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅଦ୍ବୈତ ଚନ୍ଦନ । ଏହାପୂର୍ବରୁ ସେ ଆମୀରଙ୍କ ଫିଲ୍ମ ସ୍ରିକେଟ ସୁପରଷ୍ଟାରର ନିର୍ଦ୍ଦେଶନା କରିଥିଲେ । ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ଫିଲ୍ମ ।