ନୂଆଦିଲ୍ଲୀ: ଆଜି ବଲିଉଡର କିମ୍ବଦନ୍ତୀ ଅଭିନେତା ତଥା ଚିଣ୍ଟୁ କାକା ଋଷି କପୁରଙ୍କ 68ତମ ଜୟନ୍ତୀ । ଯିଏକି ଦୀର୍ଘ ସମୟରୁ କ୍ୟାନ୍ସର ସହିତ ଦୁଇ ବର୍ଷ ଧରି ଯୁଦ୍ଧ କରିବା ପରେ ଏପ୍ରିଲ୍ 30 ରେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ପରବାର ଠୁ ନେଇ ପ୍ରଶଂସକ ।
- " class="align-text-top noRightClick twitterSection" data="
">
ଏହି ଅବସରରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ରିଷିଙ୍କ ଝିଆରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ଚିଣ୍ଟୁ ଦାଦାଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।
ଭିଡିଓର କ୍ୟାପସନରେ କରୀନା ଲେଖିଛନ୍ତି, “ହାପି ବର୍ଥଡେ ଚିଣ୍ଟୁ ଅଙ୍କଲ୍… ମିସ୍ ୟୁ” ।
ଏହି ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ରିଷିଙ୍କ ସ୍ମୃତିରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ଅନୁଷ୍କା ଲେଖିଛନ୍ତି, “ଆପକି ବିରାସତ ହମେଶା କେ ଲିୟେ ଜୀବିତ ରହେଗି । ବଲିଉଡ କେ ଏକ ଆଇକନିକ କୋ ୟାଦ କରତେ ହୁଏ ” ।
ଏହାପୂର୍ବରୁ ରିଷିଙ୍କ ଝିଅ ରିଦ୍ଧିମା କପୁର ସାହାନି ମଧ୍ୟ ତାଙ୍କ ପରିବାରର ଥ୍ରୋ ବ୍ୟାକ ଫଟୋ ପୋଷ୍ଟ କରି ତାଙ୍କ ବାପାଙ୍କ 68 ତମ ଜୟନ୍ତୀରେ ଏକ ଭାବପ୍ରବଣ ନୋଟ୍ ଲେଖିଥିଲେ ।