ETV Bharat / sitara

ବେବୋଙ୍କ ପାର୍ଟନର ସାଜିବେ ରାପର ରଫ୍ତାର - dance india dance

ଖୁବଶୀଘ୍ର ଛୋଟ ପରଦାରେ ନଜର ଆସିବେ ବେବୋ କରୀନା କପୁର । ପପୁଲାର ଶୋ 'ଡାନ୍ସ ଇଣ୍ଡିଆ ଡାନ୍ସ' ସିଜନ-7ରେ କରୀନାଙ୍କ ସହ କୋରିଓଗ୍ରାଫର ବସ୍କୋ ମାର୍ଟିସ ଏବଂ ରଫ୍ତାର ଜଜ ରୂପେ ଦେଖାଯିବେ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଫ୍ତାର
author img

By

Published : Jun 4, 2019, 10:19 PM IST

ମୁମ୍ବାଇ: କିଛି ଦିନ ହେବ ବି-ଟାଉନ ବେବୋ କରୀନା କପୁର ଖାନଙ୍କ ଟେଲି ଜଗତରେ ଡେବ୍ୟୁ ଖବର ଜୋର ଧରିଛି । ଜିଟିଭିର ଡାନ୍ସ ରିୟାଲିଟି ଶୋ 'ଡାନ୍ସ ଇଣ୍ଡିଆ ଡାନ୍ସ' ସିଜନ-7କୁ ନେଇ ଆଜିକାଲି ଅନେକ ଖବର ସାମ୍ନାକୁ ଆସୁଛି । ଏହି ଶୋ ଜରିଆରେ କରୀନା ଛୋଟ ପରଦାରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏବେ ଶୋକୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳୁଛି । କରୀନାଙ୍କ ସହ ପପୁଲାର ରାପର ଏବଂ ସଙ୍ଗୀତକାର ରଫ୍ତାର ମଧ୍ୟ ଏହି ଶୋରେ ଜଜ ଭୂମିକାରେ ନଜର ଆସିବେ ।

photo
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଫ୍ତାର

ରଫ୍ତାର ନିକଟରେ ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ କରୀନାଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି ସେ । ଆଉ ଗୋଟିଏ ଫଟୋରେ ଶୋର ତିନି ଜଜ ଅର୍ଥାତ୍ କରୀନା କୋରିଓଗ୍ରାଫର ବସ୍କୋ ମାର୍ଟିସ ଏବଂ ରଫ୍ତାର ଏକାଠି ବସିଥିବାର ଦେଖାଯାଇଛନ୍ତି ।

ଏହି ଅବସରରେ ରଫ୍ତାର କହିଛନ୍ତି କି ଏହି କାର୍ଯ୍ୟକ୍ରମଟି ଆହୁରି ଶାନଦାର ହେବାକୁ ଯାଉଛି । କାରଣ ହ୍ରିତିକ ରୋଶନ, ଶାହିଦ କପୁର ଏବଂ ଟାଇଗର ଶ୍ରଫ ଭଳି ଡାନ୍ସରଙ୍କ ଠାରୁ ପ୍ରେରଣା ନେଇ ଶୋରେ ଭାଗ ନେଇଛନ୍ତି ଅନେକ ପ୍ରତିଯୋଗୀ । ତେଣୁ ଶୋରେ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିବ ।

ପ୍ରକାଶ ଥାଉକି 'ଧୂପ ଚିକ', 'ଗୋ ପାଗଲ', 'ତୁ ମେରା ଭାଇ ନାହିଁ ହେ', 'ତୋ ଢିଶୁମ' ଏବଂ 'ହସୀନୋଂ କା ଦିୱାନା'ଙ୍କ ଭଳି ଗୀତର ରିମେକ୍ସରୁ ଲୋକପ୍ରିୟ ହୋଇଛନ୍ତି ଗାୟକ ରାଫ୍ତାର ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.