ETV Bharat / sitara

କପୁର-ଖାନ ସରନେମ ଚୟନ ଉପରେ ବେବୋଙ୍କ କଡା ଜବାବ

author img

By

Published : Nov 5, 2019, 7:16 PM IST

ସୋସିଆଲ ମିଡିଆରେ ଘୁରିବୁଲୁଛି କରୀନା କପୁରଙ୍କ ଏକ ଭିଡିଓ। ଯେଉଁଥିରେ ସେ ନିଜ ଦୁଇଟି ସରନେମ ଉପରେ ବୟାନ ଦେଉଥିବାର ନଜର ଆସୁଛନ୍ତି। ନିକଟରେ ସେ ଏକ ପବ୍ଲିକ ଇଭେଣ୍ଟରେ ଯୋଗ ଦେଇ ଏପରି କହିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ ସବୁବେଳେ ନିଜ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ଆସନ୍ତି । ଏହାସହ ସେ ପ୍ରାୟତଃ ବିବାଦୀୟ ବୟାନ ପାଇଁ ମଧ୍ୟ ଜଣାଯାଆନ୍ତି । ଆଉ ତାଙ୍କୁ ଯିଏ ଆଡୁସାଡୁ ପ୍ରଶ୍ନ ପଚାରନ୍ତି କଡା ଜବାବ ମଧ୍ୟ ତାଙ୍କ ଠାରୁ ଶୁଣନ୍ତି । ଏମିତି ହି କିଛି ନିକଟରେ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓଟି ତାଙ୍କ ଫ୍ୟାନ୍ସଙ୍କ ଏତେ ମନ କିଣିଛି ଯେ ଇନଷ୍ଟାଗ୍ରାମର ଅନେକ ପେଜରେ ଏହି ଭିଡିଓକୁ ଦେଖିବାକୁ ମିଳୁଛି। ଏକ ପବ୍ଲିକ ଇଭେଣ୍ଟରେ କରୀନାଙ୍କୁ ତାଙ୍କ ସରନେମ ଉପରେ ପ୍ରଶ୍ନ ପଚରାଯାଇଥିଲା । ଯାହାର କଡା ଜବାବ ଦେଉଥିବାର ନଜର ଆସୁଛନ୍ତି କରୀନା ।

ପ୍ରକାଶ ଥାଉକି କରୀନାଙ୍କୁ ପ୍ରଶ୍ନ କରାଯାଇଛି ଯେ ସେ କପୁର ଏବଂ ଖାନଙ୍କ ମଧ୍ୟରୁ କାହାକୁ ଚୟନ କରିବେ । ଏହା ଉପରେ ସେ ଏମିତି ଉତ୍ତର ଦେଇଛନ୍ତି ଯେ ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ଖୁବ୍ ତାଳି ମାରିଥିଲେ । ସେ ଜବାବରେ କହିଥିଲେ କି ଏହି ଦୁଇଟି ସରନେମ ତାଙ୍କର । ସେ ଏହି ଦୁଇଟି ସରନେମ ଚୟନ କରିଛନ୍ତି ଆଉ କେହି କାହା ଠାରୁ କମ ନୁହନ୍ତି । ଆପଣ ମଧ୍ୟ ଦେଖନ୍ତୁ କରୀନାଙ୍କ ଏହି ଭିଡିଓ...

ନିକଟରେ କରୀନା ମେଲବର୍ଣ୍ଣରେ ପହଞ୍ଚିଥିଲେ । ସେହିଠାରୁ ତାଙ୍କର ଏକ ବ୍ୟାକଲେସ ସିଲଭର ଗାଉନର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଯାହା ଫ୍ୟାନ୍ସଙ୍କ ମନ କିଣିଥିଲା । କରୀନା ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ସହ ‘ଗୁଡନ୍ୟୁଜ’ରେ ନଜର ଆସିବେ । ଏହାସହ ସେ ବର୍ତ୍ତମାନ ‘ଇଂରାଜୀ ମିଡିୟମ’ ଫିଲ୍ମର ସୁଟିଂରେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ ଇରଫାନ ଖାନ । ଏହା ଛଡା ତାଙ୍କ ହାତରେ ମିଷ୍ଟର ପରଫକ୍ସେନିଷ୍ଟ ଆମୀର ଖାନଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ମଧ୍ୟ ଅଛି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.