ETV Bharat / sitara

ବେଷ୍ଟଫ୍ରେଣ୍ତ ଅମୃତାଙ୍କୁ ବର୍ଥଡେ ଓ୍ବିଶ କଲେ ବେବୋ - kareena gave-her-golden-girl-birthday-wish

ଆଜି ହେଉଛି ଅମୃତା ଆରୋରାଙ୍କ 43 ତମ ଜନ୍ମଦିନ । ଏହି ଅବସରରେ ଅମୃତାଙ୍କ ବେଷ୍ଟଫ୍ରେଣ୍ତ କରୀନା ମଧ୍ୟ ଏକ ଖାସ ଅନ୍ଦାଜରେ ତାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

kareena gave-her-golden-girl-a-special-birthday-wish-wrote-a-special-note
ବେଷ୍ଟଫ୍ରେଣ୍ତ ଅମୃତାଙ୍କୁ ବର୍ଥଡେ ଓ୍ବିଶ କଲେ ବେବୋ
author img

By

Published : Jan 31, 2021, 7:35 PM IST

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ ଅମୃତା ଆରୋରା ଆଜି(ରବିବାର)ନିଜର 43 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅମୃତାଙ୍କ ବେଷ୍ଟଫ୍ରେଣ୍ତ କରୀନା ମଧ୍ୟ ଏକ ଖାସ ଅନ୍ଦାଜରେ ତାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି । ନିକଟରେ କରୀନା ସୋସିଆଲ ମିଡିଆରେ ଏକ ସୁନ୍ଦର ନୋଟ୍ ପୋଷ୍ଟ କରିଛନ୍ତି ।

କରୀନା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅମୃତାଙ୍କ ସହ ହସୁଥିବାର ନଜର ଆସିଛନ୍ତି।

କରୀନା ଫଟୋ ସେୟାର କରି ନୋଟରେ ଲେଖିଛନ୍ତି, 'ଯେଉଁ ଫଟୋ ମୁଁ ସେୟାର କରିଛି ତାହା ଦର୍ଶାଏ ଯେ ଯେତେବେଳେ ତୁମେ 100 ଥର ଖସିଯାଅ, ମୁଁ ଫଟୋଗ୍ରାଫରମାନଙ୍କୁ ଏକ ପାଉଟବାଲା ପୋଜ୍ ଦେଇଥାଏ । ମୋର ପ୍ରିୟ ବନ୍ଧୁ, ଏହି ସବୁ ଜିନିଷ ସହିତ, ମୁଁ ବହୁତ ଭଲ ଭାବରେ ଜାଣେ ଯେ ତୁମେ ମୋ ସହିତ ସବୁବେଳେ ରହିବ । ତୁମେ ମୋର ଗୋଲ୍ଡେନ ଗାର୍ଲ , ମୋର ଭଉଣୀ, ମୋର ସର୍ବୋତ୍ତମ ବନ୍ଧୁ । ଠିକ ଅଛି, ମୁଁ ତୁମକୁ ପ୍ରତିଶୃତି ଦେଉଛି ଯେ ଯେତେବେଳେ ତୁମେ 101 ତମ ଥର ଖସିବାକୁ ଯାଉଥିବ ସେତେବେଳେ ମୁଁ ତୁମକୁ ସାହାଯ୍ୟ କରିବି।

ପ୍ରକାଶ ଥାଉ ଯେ, ଅମୃତା ଏବଂ ବେବୋଙ୍କୁ ଅଧିକାଂଶ ସମୟ ଏକାଠି ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.