ETV Bharat / sitara

ମାମି ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ କରନ - ଫେମସ ନିର୍ମାତା କରନ ଜୋହର ଛାଡିଲେ ମାମି ନିର୍ଦ୍ଦେଶକ ପଦ

ଚର୍ଚ୍ଚାରେ କରନ ଜୋହର । କିଛି ଦିନ ହେବ ପରିବାରବାଦକୁ ନେଇ ଟାର୍ଗେଟ ହୋଇଥିବା କରନ ଏବେ କଡା ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 26, 2020, 5:19 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚାଲିଥିବା ପରିବାରବାଦ, ଗୋଷ୍ଠୀବାଦ, ମାଫିଆଗିରିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଫ୍ୟାନ୍ସ କିଛି ସେଲିବ୍ରିଟି ଓ ରାଜନେତା ବଲିଉଡର ଅନେକ ଫେମସ କଳାକାରଙ୍କୁ ଦାୟୀ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ ଓ ସୋନମ କପୁର । କିଛି ଦିନ ହେବ ଏହି ଷ୍ଟାର୍ସଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ମଧ୍ୟ କରାଯାଉଛନ୍ତି । ଇତିମଧ୍ୟରେ କରନଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ଏହି ବିବାଦ ଯୋଗୁଁ କରନ ବଡ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ସେ ମୁମ୍ବାଇ ଏକାଡେମୀ ଅଫ ଦ ମୁଭିଂ ଇମେଜ(ମାମି) ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି ।

ଏଥିସହିତ ଏହା ମଧ୍ୟ ଚର୍ଚ୍ଚା ଜୋର ଧରିଛି ଯେ ମାମି ମହୋତ୍ସବର ଚେୟାରମ୍ୟାନ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିଲେ । ହେଲେ କରନ ତାଙ୍କ କଥା ନଶୁଣି ଇସ୍ତଫା ଦେଇଛନ୍ତି ।

ପ୍ରକାଶ ଥାଉକି କରନ ଏହି ଫେଷ୍ଟିଭାଲର ଆର୍ଟିଷ୍ଟ ଡାଇରେକ୍ଟର ସ୍ମୃତି କିରନଙ୍କୁ ସାକ୍ଷାତ କରି ରିଜାଇନ କରିବାକୁ କହିଥିଲେ । ମାମିର ବୋର୍ଡରେ ବିକ୍ରମାଦିତ୍ୟ ମୋଟୱାନେ, ସିଦ୍ଧାର୍ଥ ରାୟ କପୁର, ଦୀପିକା, ଜୋୟା ଅଖତର ଓ କବୀର ଖାନ ସାମିଲ ଅଛନ୍ତି । ସେପଟେ କରନ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କୁ ନେଇ ଅସନ୍ତୋଷ ମଧ୍ୟ ଅଛନ୍ତି । କାରଣ ଯେ ତାଙ୍କ କଷ୍ଟ ସମୟରେ ତାଙ୍କ ପାଇଁ କେହି ଠିଆ ହୋଇନାହାନ୍ତି । ଯେତେବେଳେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା, ସେହି ସମୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଡଷ୍ଟ୍ରିର କୌଣସି ବ୍ୟକ୍ତି ସାମ୍ନାକୁ ଆସିନଥିଲେ । ଆଉ କେହି ସମର୍ଥନ ମଧ୍ୟ କରିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.