ETV Bharat / sitara

କୋରୋନା ଦୂର କରିବେ ଅମିତାଭ ବଚ୍ଚନ !

author img

By

Published : Mar 30, 2020, 8:26 PM IST

ଶୀର୍ଷକ ପଢିି ଚମକି ପଢିଥିବେ ନିଶ୍ଚୟ । କାରଣ ଅମିତାଭଙ୍କ ଭଳି ମେଗାଷ୍ଟାର କିପରି ଏହି ମହାମାରୀ ଦୂର କରିବେ ? ଅଧିକ ପଢନ୍ତୁ...

କୋରୋନା ଦୂର କରିବେ ଅମିତାଭ ବଚ୍ଚନ !
କୋରୋନା ଦୂର କରିବେ ଅମିତାଭ ବଚ୍ଚନ !

ମୁମ୍ବାଇ: ଶୀର୍ଷକ ପଢିି ଚମକି ପଢିଥିବେ ନିଶ୍ଚୟ । କାରଣ ଅମିତାଭଙ୍କ ଭଳି ମେଗାଷ୍ଟାର କିପରି ଏହି ମହାମାରୀ ଦୂର କରିବେ ? କିଛି ମହୋଷୌଧିର ସୁରାକ ପାଇଲେ କି ବିଗ ବି ? ଏତେ ଦିନ ଯାଏଁ କାହିଁକି ଉପାୟ ବତାଇନଥିଲେ ଅମିତାଭ ? ନିଜ ମୁଣ୍ଡ ଉପରେ ଏତେ ଚାପ ପକାନ୍ତୁନି । କାରଣ ସେପରି କିଛି ଔଷଧ ଅମିତାଭ ପାଇନାହାନ୍ତି କି ସେ କୋରୋନା ଦୂର କରିପାରିବେନି ।

ପ୍ରକୃତରେ ଏହା ହେଉଛି ଫିଲ୍ମମେକର କରଣ ଜୋହରଙ୍କ ପୁଅ ୟଶର ମଜାଦାର ବୟାନ । ଆଜ୍ଞା ହଁ, ନିକଟରେ କରଣ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ପୁଅ ୟଶକୁ ଏହି ରୋଗ ବିଷୟରେ ପଚାରିଛନ୍ତି ଏବଂ ସେ ଅମିତାଭଙ୍କ ନାମ ନେଉଛି । ଏଥିରେ ଦେଖାଯାଉଛି ଯେ କରଣ ୟଶକୁ ଏହି କୋରୋନା କିପରି ଦୂର ହେବ ସେକଥା ପଚାରୁଛନ୍ତି । ରେଡ ଟି-ସର୍ଟ ପିନ୍ଧିଥିବା ୟଶ ଏକ କ୍ୟୁଟ ସ୍ମାଇଲ ସହ କହୁଛନ୍ତି ଅମିତାଭ ବଚ୍ଚନ ।

ଏହାପରେ କରଣ କହୁଛନ୍ତି ‘କଣ ଅମିତାଭ ଏହାକୁ ଦୂର କରିପାରିବେ ?’ ଉତ୍ତରରେ ୟଶ କହୁଛନ୍ତି ‘ହଁ’ । ଏହାପରେ ସେ ଏହି କଥା ଅମିତାଭଙ୍କୁ ଫୋନ କରି ଜଣାଇବେ କି ବୋଲି କରଣ ପ୍ରଶ୍ନ କରୁଛନ୍ତି । ହେଲେ ୟଶ ମନା କରୁଛନ୍ତି । ପୁଣି ପାପା କରଣ କହୁଛନ୍ତି ‘ମୁଁ ଅମିତାଭଙ୍କୁ ପଚାରିବି କି ୟଶ ଚାହୁଁଛି କୋରୋନା ଭାଇରସ ଦୂର ହୋଇଯାଉ, ଆପଣ କିଛି ସାହାଯ୍ୟ କରନ୍ତୁ ?’ ଏହାର ଜବାବରେ କ୍ୟୁଟ ୟଶ ପ୍ରଥମେ ହଁ ପରେ ନା କହିବା ସହ ଶେଷରେ ହସି ହସି କହୁଛନ୍ତି ‘ଅମିତାଭ ବଚ୍ଚନ ମୋ ରୁମକୁ ଆସୁନାହାନ୍ତି ।’

ଉଭୟ ବାପା-ପୁଅଙ୍କ ଏହି ମଜାଦାର କଥାବାର୍ତ୍ତାକୁ ଅନେକ ସେଲିବ୍ରିଟି ପସନ୍ଦ କରିଛନ୍ତି । ଭିଡିଓ ପୋଷ୍ଟ ହେବା ମାତ୍ରେ ଅନୁଷ୍କା ଶର୍ମା, ଆଲିୟା ଭଟ୍ଟ, ଅଭିଷେକ ବଚ୍ଚନଙ୍କ ଭଳି ଷ୍ଟାର ଲଭ ରିଆକ୍ଟ ଦେଇଛନ୍ତି । ୟଶଙ୍କ କ୍ୟୁଟ ରିପ୍ଲାଏକୁ ସମସ୍ତେ ପସନ୍ଦ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସବୁବେଳେ ସୁଟିଂ ଯୋଗୁଁ ବ୍ୟସ୍ତ ରହୁଥିବା କରଣ ଏହି ଲକଡାଉନ ସମୟରେ ନିଜ ପୁଅ ୟଶ ଓ ଝିଅ ରୁହି ସହ ସମୟ କାଟୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.