ETV Bharat / sitara

ଟ୍ରୋଲର୍ସଙ୍କ ପାଇଁ ଲିଗାଲ ଆକ୍ସନର ସାହାଯ୍ୟ ନେବେ କରନ - ଟ୍ରୋଲର୍ସଙ୍କୁ ଜବାବ ଦେବେ କରନ ଜୋହର

କିଛି ଦିନ ହେବ ସୋସିଆଲ ମିଡିଆରେ କରନ ଜୋହରଙ୍କ ମଜାକ ଉଡାଯାଉଛି। ଯାହାକୁ ସେ ଅଣଦେଖା କରିଆସୁଥିଲେ । ହେଲେ ଏବେ ସେ ଆକ୍ସନ ମୁଡରେ ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 23, 2020, 1:41 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟିଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ବଲିଉଡ ଉପରେ ପରିବାରବାଦ ଅଭିଯୋଗ ଲଗାଇ ଫେମସ ନିର୍ମାତା କରନ ଜୋହର, ଆଲିୟା ଭଟ୍ଟ, ସଲମାନ ଖାନ, ସୋନମ କପୁର ଓ ସୋନାକ୍ଷୀ ସିହ୍ନାଙ୍କୁ ପ୍ରାୟତଃ ଟାର୍ଗେଟ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ହେଲେ ଇତିମଧ୍ୟରେ କରନ ନିଜ ପିଲା ଓ ମା'ଙ୍କୁ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି କାମ ପାଇଁ ତାଙ୍କ ପୁରା ଟିମ ଅନଲାଇନ ଟ୍ରୋଲର୍ସଙ୍କ ଆକାଉଣ୍ଟ ଟ୍ରେସ କରିବା ଆରମ୍ଭ କରିଦେଇଛନ୍ତି ।

କରନ ଯେଉଁ ଆଧାର ଉପରେ କେସ କରିବାକୁ ସ୍ଥିର କରିଛନ୍ତି, ତାହା ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଗାଳିଗୁଲଜ ଦେଉଛି କିମ୍ବା ହିଂସାଭରା ମେସେଜ ଲେଖୁଛି । ତାହାଲେ ସେହି ବ୍ୟକ୍ତିଙ୍କୁ ଲକ୍ଷ ଟଙ୍କା ଫାଇନ ଦେବାକୁ ପଡିବ। ଏହାସହ ଆଇଟି ଆକ୍ଟ ଧାରା ଅନୁଯାୟୀ 67 ଏବଂ ଆଇପିସି କି ଧାରା 507ର କାର୍ଯ୍ୟନୁଷ୍ଠାନ ସହ ଜେଲ ଯିବାକୁ ମଧ୍ୟ ପଡିପାରେ।

ପ୍ରକାଶ ଥାଉକି କରନଙ୍କ ଟିମ ଏବଂ ଓକିଲଙ୍କ ଟିମ ଅନଲାଇନ ଟେକ ଏକ୍ସପର୍ଟ୍ସଙ୍କ ସହ ମିଶି ଏହା ଉପରେ ବର୍ତ୍ତମାନ କାମ ଆରମ୍ଭ କରିଦେଇଛନ୍ତି ।

ସେହିପରି ନିକଟରେ ଆଲିୟା ଓ ତାଙ୍କ ଭଉଣୀ ସହ ସମ୍ପୂର୍ଣ୍ଣ ଭଟ୍ଟ ପରିବାର ଉପରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଟ୍ରୋଲର୍ସ । ଖାଲି ଭଟ୍ଟ ଫ୍ୟାମିଲ ନୁହେଁ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦୁଷ୍କର୍ମ ଓ ହତ୍ୟା ଧମକ କିଛି ୟୁଜର୍ସ ଦେଇଥିଲେ। ଯାହା ଉପରେ ମୁମ୍ବାଇ ସାଇବର କ୍ରାଇମ ବ୍ରାଞ୍ଚ ଆକ୍ସନ ନେଇ ନିକଟରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.