ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ‘Dear Comrade’ରେ ପୁଣି ବିଜୟ ଦେବରକୋଣ୍ଡାର ପାଗଳାମୀ ଦେଖିବାକୁ ମିଳିବ । ଫିଲ୍ମଟି ଏଯାଏଁ ସିନେମା ହଲରେ ରିଲିଜ ହୋଇନଥିବା ବେଳେ ଏହାର ହିନ୍ଦୀ ରିମେକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫିଲ୍ମ ନିର୍ମାତା କରନ ଜୋହର ଫିଲ୍ମର ହିନ୍ଦୀ ରିମେକ କରିବେ ।
କରନ ବିଜୟଙ୍କ ଦେଖା କରିଥିଲେ ଓ ଏହି ସୂଚନାକୁ ସ୍ପଷ୍ଟ କରିଛନ୍ତି । ତେବେ ଫିଲ୍ମର ଟ୍ରେଲର ରିଲିଜ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ‘Dear Comrade’ର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।
ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକା ମନ୍ଦାନା ନଜର ଆସିବେ । ରଶ୍ମିକାଙ୍କ ସହ ବିଜୟଙ୍କ ‘ଗୀତଗୋବିନ୍ଦମ୍’ ଫିଲ୍ମ ମଧ୍ୟ ସୁପରହିଟ ହୋଇଥିଲା । ତେବେ ଫିଲ୍ମଟି ଜୁଲାଇ 26ରେ ପରଦାକୁ ଆସିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଭାରତ କାମା ଓ ମୈଥ୍ରୀ ମୁଭି ମେକର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ।