ETV Bharat / sitara

ବ୍ୟାନ ହେବ କରନଙ୍କ ‘ତଖ୍ତ’ ! - ଫିଲ୍ମ ‘ତଖ୍ତ’ ବିବାଦ ଘେରରେ

ସମସ୍ୟାରେ କରନ ଜୋହର। ନିଜ ବହୁପ୍ରତିକ୍ଷିତ ଫିଲ୍ମ ‘ତଖ୍ତ’ ଲେଖକ ହୁସୈନ ହୈଦରୀଙ୍କ ପାଇଁ ହେଲେ ହଟହଟା । ହିନ୍ଦୁଙ୍କ ବିରୋଧରେ ଟ୍ବିଟ କରି ଚର୍ଚ୍ଚାରେ ହୁସୈନ।

karan johar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
author img

By

Published : Feb 25, 2020, 7:02 PM IST

ମୁମ୍ବାଇ: ଫେମସ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ତଖ୍ତ’ ବିବାଦ ଘେରରେ। ଫିଲ୍ମରେ ପଟକଥା ଲେଖକ ହୁସୈନ ହୈଦରୀ ହିନ୍ଦୁଙ୍କ ବିରୋଧରେ ଏକ ଟ୍ବିଟ କରିଥିଲେ। ଯାହାପରେ ସବୁ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି। ଖାଲି ଏତିକି ନୁହେଁ ଫିଲ୍ମକୁ ବହିଷ୍କାର କରାଯିବାର ମଧ୍ୟ ଦାବି ହେଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ‘#ବୟକଟତଖ୍ତ’ ଟ୍ରେଣ୍ଡ କରୁଛି। ଯେଉଁଥିରେ ଦେଶବାସୀ ହୈଦରୀଙ୍କ ଉପରେ ହିନ୍ଦୁ ବିରୋଧ ଟ୍ବିଟ କରିବା ଅଭିଯୋଗ ଲଗାଇଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର

ପ୍ରକାଶ ଥାଉକି ହୈଦରୀଙ୍କ ଟ୍ବିଟ ଆକାଉଣ୍ଟ ବନ୍ଦ ରହିଛି । ହେଲେ ତାଙ୍କ ଟ୍ବିଟର ସ୍କ୍ରିନସଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁ ଆତଙ୍କବାଦୀ ଲେଖାଯାଇଛି । ଅନେକ ଲୋକ କରନଙ୍କୁ ପାଖରେ ଦାବି କରିଛନ୍ତି ଯେ ସେ ଫିଲ୍ମରୁ ହୈଦରୀଙ୍କୁ ହଟାଇ ଦିଅନ୍ତୁ। ନହେଲେ ଫିଲ୍ମର ବହିଷ୍କାର କରାଯିବ। କରନ ଏଯାବତ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ଧର୍ମା ମୁଭିଜ ସେହି ବ୍ୟକ୍ତି ଯିଏ ତୁମ ଦେଶରେ ରହୁଛି ସେ ହିନ୍ଦୁ ଧର୍ମକୁ ଦିନ-ରାତି ଅପମାନ କରୁଛି ତାଙ୍କୁ ଫିଲ୍ମରେ ରଖିଛନ୍ତି। ଏଥି ନିମନ୍ତେ ଆମେ ଆପଣଙ୍କ ଫିଲ୍ମର ବହିଷ୍କାର କରୁଛୁ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏହି ବ୍ୟକ୍ତି ତଖ୍ତର ଲେଖକ, ହେଲେ ଲଜ୍ୟା ଲାଗୁନଥିବା ହିନ୍ଦୁ ତାଙ୍କ ସହ ଫିଲ୍ମ କରୁଛନ୍ତି। ଲଜ୍ୟା ଲାଗିବା କଥା ଧର୍ମା ମୁଭିଜ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.