ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଫେମସ ନିର୍ମାତା କରନ ଜୋହରଙ୍କ ଉପରେ ପରିବାରବାଦ ଅଭିଯୋଗ ଲଗାଇବାରେ ଲାଗିଛନ୍ତି କ୍ରୋଧିତ ଫ୍ୟାନ୍ସ । ପ୍ରାୟତଃ ଛୋଟ ଛୋଟ ଜିନିଷକୁ ଆଧାର କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଥିବା ଫ୍ୟାନ୍ସଙ୍କ ରାଗ କରନଙ୍କ ଆଗାମୀ ଫିଲ୍ମ ଉପରେ ମଧ୍ୟ ପଡିବାରେ ଲାଗିଛି । ନିକଟରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ନିର୍ମାଣ ହୋଇଥିବା ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରୁ ତାଙ୍କ ନାମ ହଟିବାକୁ ଖବର ଖଣ୍ଡନ କରାଯାଇଛି । ହେଲେ ଏବେ ଶକୁନ ବତ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଦୀପିକା ପାଦୁକୋନଙ୍କ ଫିଲ୍ମରୁ ତାଙ୍କ ନାମ ହଟିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
କାରଣ ଫିଲ୍ମ ଟିମ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ କରନଙ୍କ ନାମ କେଉଁଠାରେ ମଧ୍ୟ ଦେଖିବାକୁ ମିଳୁନାହିଁ । ଯାହାକୁ ଆଧାର କରି ଏବେ ସମସ୍ତେ ଅନ୍ଦାଜ ଲଗାଉଛନ୍ତି ଯେ କରନ ହୁଏତଃ ଫିଲ୍ମରୁ ନିଜ ନାମକୁ ହଟାଇ ଦେଇଛନ୍ତି । ଯାହା କେତେ ଦୂର ସତ ତାହା କାହାକୁ ଜଣାନାହିଁ ।
ପ୍ରକାଶ ଥାଉକି ଦୀପିକା, ସିଦ୍ଧାନ୍ତ ଓ ଅନନ୍ୟଙ୍କ ସକୁନଙ୍କ ନିର୍ଦ୍ଦେଶିତ ଫିଲ୍ମ ସୁଟିଂ କୋରୋନା ଭାଇରସ ପାଇଁ ବର୍ତ୍ତମାନ ସ୍ଥଗିତ ଅଛି । ଶ୍ରୀଲଙ୍କାରେ ଫିଲ୍ମର ଆଗାମୀ ସୁଟିଂ ହେବାର ଥିଲା । କିନ୍ତୁ ଏବେ ସୁଟିଂ ବନ୍ଦ ଅଛି ।