ETV Bharat / sitara

ସର୍କିଟଙ୍କ ମଜାକ ଉଡାଇଲେ କମେଡି କିଙ୍ଗ

author img

By

Published : Dec 12, 2020, 12:14 PM IST

କପିଲ ସବୁବେଳେ ନିଜ ମଜାଦାର ଅନ୍ଦାଜ ପାଇଁ ସମସ୍ତଙ୍କୁ ହସାଇଥାଆନ୍ତି । ନିଜ ଶୋକୁ ଷ୍ଟାର୍ସଙ୍କୁ ଡାକି ମଜାକ ଉଡାଆନ୍ତି ସେ । ଏଥର ତାଙ୍କ ଟାର୍ଗେଟରେ ଅର୍ଶଦ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିଜ କମେଡି ଶୋ’ ଦ କପିଲ ଶର୍ମାରେ ସବୁ ଗେଷ୍ଟଙ୍କ ମଜାକ ଉଡାଇବାକୁ ଭୁଲନ୍ତି ନାହିଁ । ନିଜ ନିଜ ଫିଲ୍ମ ପ୍ରମୋଶନ କରିବାକୁ ଆସିଥିବା ଷ୍ଟାର୍ସଙ୍କୁ ସହିବାକୁ ପଡେ କପିଲଙ୍କ ଅପମାନଜନକ କଥା । ସେ ସବୁ କଳାକାରଙ୍କ ସହ ମଜାମସ୍ତି କରୁଥିବାର ଦେଖାଯାଆନ୍ତି । ଏଥର ସେ ବି-ଟାଉନର ସର୍କିଟ ଅର୍ଶଦ ୱାରସୀଙ୍କୁ ଏମିତି କଥା କହିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଅର୍ଶଦଙ୍କୁ ସେ ନିଜ କମେଡିରେ ବୋଲ୍ଡ କରିଦେଇଛନ୍ତି ।

କଥାଟି ହେଲା ଯେ ଅର୍ଶଦ ଫିଲ୍ମ ‘ଦୁର୍ବାମତୀ’ କାଷ୍ଟ ସହ ଫିଲ୍ମ ପ୍ରମୋଶନ କରିବାକୁ କପିଲଙ୍କ ଶୋରେ ପହଞ୍ଚଥିଲେ । ତାଙ୍କ ସହ ଯୋଗ ଦେଇଥିଲେ ଅଭିନେତ୍ରୀ ଭୂମି ପେଡନେକର, କରନ କାପାଡିଆ ଓ ମାହି ଗିଲ ଭଳି କଳାକାର । ଯାହାର ପ୍ରୋମୋ ଭିଡିଓ ବର୍ତ୍ତମାନ ଜାରି ହୋଇଯାଇଛି ।

ଆଗାମୀ ଏପିସୋଡରେ ସମସ୍ତେ ଦେଖିବେ ଯେ ଅର୍ଶଦଙ୍କୁ ଟାର୍ଗେଟ କରି କପିଲ କହୁଛନ୍ତି, ‘ଅର୍ଶଦ ଭାଇ ଏବର୍ଷ ପୁରା ଲକଡାଉନରେ ସମୟ ବିତାଇଛନ୍ତି । ଏଥର ଗୋଲମାଲ ଓ ଧମାଲର ସିକ୍ବେଲ ଫିଲ୍ମ ମଧ୍ୟ ଆସିନାହିଁ । ତାହାଲେ ତୁମେ ତୁମର ଇଏମଆଇ କିପରି ସୁଝୁଛ ।’କପିଲଙ୍କ ଏହି ମଜାଦାର ଅନ୍ଦାଜରେ ସମସ୍ତେ ଖୁବ୍ ହସିବା ଆରମ୍ଭ କରିଦେଉଛନ୍ତି ।

ପ୍ରକାଶ ଥାଉକି ଶୁକ୍ରବାର ରିଲିଜ ହୋଇଯାଇଛି ‘ଦୁର୍ଗାମତୀ’। ଯାହାର ନିର୍ଦ୍ଦେଶନା ଦାୟିତ୍ବ ଅଶୋକ କରିଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଖିଲାଡି ଅକ୍ଷୟ କୁମାର । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.