ETV Bharat / sitara

କନିକାଙ୍କ ପ୍ଲାଜମାରେ ସୁସ୍ଥ ହେବେ କୋରୋନା ସଂକ୍ରମିତ

କନିକା କପୁରଙ୍କୁ ନେଇ ନୂଆ ଚର୍ଚ୍ଚା । ଏବେ ସ୍ଥିର କରିଛନ୍ତି ଭଲ କରିବେ କୋରୋନା ସଂକ୍ରମିତଙ୍କୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
author img

By

Published : Apr 27, 2020, 7:27 PM IST

ଲକ୍ଷ୍ମୌ: ନିକଟରେ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକପ୍ରିୟ ଗାୟିକା କନିକା କପୁରଙ୍କ ବଡ ନିଷ୍ପତ୍ତି । ସେ କୋରୋନା ସଂକ୍ରିମତଙ୍କ ଚିକିତ୍ସା ପାଇଁ ନିଜ ପ୍ଲାଜମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପାଇଁ ସେ ଲକ୍ଷ୍ନୌର ଏସଜିପିଜିଆଇରେ ସମ୍ପର୍କ କରିଛନ୍ତି । ଆଜି(ସୋମବରା)ସନ୍ଧ୍ୟାରେ ଡାକ୍ତର ଟିମ ତାଙ୍କ ଘରକୁ ଯିବେ।

କନିକା ନିଜ ପରିବାର ସହ ଲକ୍ଷ୍ନୌର ମହାନଗର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ରହୁଛନ୍ତି । ପ୍ରକାଶ ଥାଉକି ସୋମବାର ସକାଳେ ପୋଲିସ କନିକାଙ୍କ ଉପରେ ରୁଜୁ ହୋଇଥିବା ଏଫଆଇଆର ସମ୍ପର୍କରେ ନୋଟିସ୍ ଦେବାକୁ ତାଙ୍କୁ ଘରକୁ ଯାଉଥିଲା।

ଆସନ୍ତା 30 ତାରିଖରେ ଏହି ମାମଲା ଉପରେ କନିକାଙ୍କ ବୟାନ ଦାୟର କରାଯିବ। ଯାହା ପାଇଁ ଆଇନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଜଣାଇ ଦେଉଛୁ ଯେ ଗତ ମାର୍ଚ୍ଚ 17 ତାରିଖରେ ତାଙ୍କ କୋରୋନା ଟେଷ୍ଟ ପଜେଟିଭ ମିଳିଥିଲା । ଯାହାପରେ ତାଙ୍କର ସମାଲୋଚନା ସବୁ ମହଲରେ ହୋଇଥିଲା । କାରଣ ସେ ଲଣ୍ଡନରୁ ଫେରି ନିଜକୁ ସେଲ୍ଫ ଆଇସୋଲେସନରେ ନରଖି ପାର୍ଟିର ଆୟୋଜନ କରି ଅନେକ ଲୋକଙ୍କ ସହ ସାକ୍ଷାତ କରିଥିଲେ । ତାଙ୍କ ଏହି ବ୍ୟବହାର ଉପରେ ଖପ୍ପା ନଜର ଆସିଥିଲେ ଦେଶବାସୀ ।

ଇଟିଭି ଭାରତ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.