ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିବାଦ ଗତ ଏକ ମାସରୁ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଦୁଇଜଣଙ୍କ ବାକ୍ ଯୁଦ୍ଧ ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି । କଙ୍ଗନା ବୁଧବାର ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ଦ୍ବାରା ତାଙ୍କ ମଣିକର୍ଣ୍ଣିକା ଅଫିସ ଭଙ୍ଗାରୁଜା କରାଯାଇଥିଲା । ହେଲେ ବମ୍ବେ ହାଇକୋର୍ଟ ଶୁଣାଣିରେ ବିଏମସି କାର୍ଯ୍ୟ ଉପରେ ରୋକ ଲଗାଇଥିଲେ । ଏବେ ଏହି ମାମଲାରେ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣଭିସ ।
-
When injustice becomes law , rebellion becomes duty !! #DeathOfDemocracy #Mumbai pic.twitter.com/ZwWZR955xT
— AMRUTA FADNAVIS (@fadnavis_amruta) September 9, 2020 " class="align-text-top noRightClick twitterSection" data="
">When injustice becomes law , rebellion becomes duty !! #DeathOfDemocracy #Mumbai pic.twitter.com/ZwWZR955xT
— AMRUTA FADNAVIS (@fadnavis_amruta) September 9, 2020When injustice becomes law , rebellion becomes duty !! #DeathOfDemocracy #Mumbai pic.twitter.com/ZwWZR955xT
— AMRUTA FADNAVIS (@fadnavis_amruta) September 9, 2020
ସେ ଟ୍ବିଟରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଯାହା ଭୁଲ ତାହା ସର୍ବଦା ଭୁଲ । ମୁମ୍ବାଇ ବିଷୟରେ କଙ୍ଗନା ଦେଇଥିବା ଅପମାନଜନକ ବୟାନ ଭୁଲ ଅଟେ । ହେଲେ ତାଙ୍କ ସହ ନିଜର ବ୍ୟକ୍ତିଗତ ରାଗ ରଖି ତାଙ୍କ ସମ୍ପତ୍ତି ନଷ୍ଟ କରିବା ଆଦୌ ଠିକ୍ କଥା ନୁହେଁ । ଯାହାକୁ ଆମେ କଦାପି ସମର୍ଥନ କରିବୁ ନାହିଁ ।’
ପ୍ରକାଶ ଥାଉକି ଦେବେନ୍ଦ୍ରଙ୍କ ଏହି ବୟାନରୁ ଲାଗୁଛି ଯେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରି ଏପରି କଥା କହିଛନ୍ତି । ତେବେ ସ୍ବଗର୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠୁ କଙ୍ଗନା ଅନେକ ସେଲିବ୍ରିଟଙ୍କ ସହ ରାଜନେତାଙ୍କୁ ଟାର୍ଗେଟ କରିଆସୁଛନ୍ତି । ସେ ଟ୍ବିଟରେ ଜଣାଇଥିଲେ ଶିବସେନା ଓ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ କାର୍ଯ୍ୟ ଠିକ୍ ରୂପେ କରୁନାହାଁନ୍ତି । ଏହି ବୟାନ ପରେ କ୍ରୋଧିତ ହୋଇଥିଲେ ସଞ୍ଜୟ । ଆଉ ଟ୍ବିଟ କରି ତାଙ୍କୁ ଧମକ ଦେଇଥିଲେ । ଯାହାପରେ ବିବାଦ ବଡ ଧରଣର ସୃଷ୍ଟି ହୋଇଥିଲା ।