ହାଇଦ୍ରାବାଦ: ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଭାରତବର୍ଷ । ବଲିଉଡ କୁଇନ କଙ୍ଗନା ରନାୱତ୍ ମଧ୍ୟ ଇନଷ୍ଟାଗ୍ରାମରେ ଗାନ୍ଧୀଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ଚରଖା ଚଲାଇ ଭାରତର ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବାକୁ କହିଛନ୍ତି । ଏହାସହ ଭାରତର ହସ୍ତତନ୍ତକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି ।
32 ବର୍ଷିୟ କଙ୍ଗନା ପୋଷଣୀୟ ଶକ୍ତି ଓ ହସ୍ତତନ୍ତକୁ ଫଟୋରେ ପ୍ରାଧାନ୍ୟ ଦେଇଛନ୍ତି । ଅନ୍ୟପକ୍ଷେ କଙ୍ଗନାଙ୍କ ଫଟୋ ବେଶ ସୁନ୍ଦର ଦେଖାଯାଉଛି । ଭାରତୀୟ ଲୁକରେ ନଜର ଆସିଥିଲେ ସେ। ଶାଢୀ ସହ ଭାରତୀୟ ଅଳଙ୍କାରରେ ନଜର ଆସିଥିଲେ କୁଇନ ।
ତେବେ କଙ୍ଗନା ଆଗକୁ ଜୟଲଳିତାଙ୍କ ବାୟୋପିକ ‘ଥଲାଇବା’ରେ ନଜର ଆସିବେ । ଏଥିପାଇଁ କଙ୍ଗନାକୁ ବେଶ୍ ପରିଶ୍ରମ କରିବାକୁ ପଡିଛି । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିଷ୍ଣୁ ବରଦାନ୍ ଇନ୍ଦୁରୀ ଓ କାହାଣୀ ଲେଖିଛନ୍ତି ‘ବାହୁବଲୀ’ ଓ ‘ଦି ଡାର୍ଟି ପିକ୍ଚର’ର ଲେଖକ କେ ଭି ବିଜୟେନ୍ଦ୍ର।