ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି । କଙ୍ଗନା ବିଏମସିକୁ ରାଜ୍ୟ ସରକାରଙ୍କ 'ପେଟ୍'(ଗୃହପାଳିତ ପଶୁ) ବୋଲି କହିଛନ୍ତି ।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିଲ୍ଡିଂର କ୍ଷତି ସଂପର୍କରେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ 1888ର ଧାରା 351 ରେ ଉଲ୍ଲେଖ କରାଯାଇଥିବା ନିୟମ ବିଷୟରେ ଉଲ୍ଲେଖ କରିଛନ୍ତି ।
ଏଥିରେ ଲେଖାଅଛି, "ବିଲ୍ଡିଂକୁ କ୍ଷତି ପହଞ୍ଚାଇବା ପାଇଁ ମ୍ୟୁନିସିପାଲିଟିର ନିୟମାବଳୀ, ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ 15 ଦିନର ନୋଟିସ୍ ଦିଆଯିବା ପରେ ହିଁ କୋଠାର ସଂରଚନା ଭାଙ୍ଗି ଦିଆଯାଇପାରେ । ଯଦି ମ୍ୟୁନିସିପାଲିଟି କର୍ପୋରେସନ୍ ସେମାନେ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ କିଛି କ୍ଷତିପୂରଣ ଦେବାକୁ ପଡିବ ।
କଙ୍ଗନା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ମହାରାଷ୍ଟ୍ର ସରକାର ଏବଂ ସେମାନଙ୍କ ପେଟ (ଗୃହପାଳିତ ପଶୁ) ବିଏମସିଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ।
ବିଏମସି ଦ୍ବାରା କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବାର ଘଟଣା ମୁମ୍ବାଇକୁ ଚଳିତ ମାସ ଆରମ୍ଭରେ POK ସହିତ ତୁଳନା କରିବା ପରେ ଘଟିଥିଲା । ଏହାପରେ ବମ୍ବେ ହାଇକୋର୍ଟର ଆଦେଶ ପରେ ଭାଙ୍ଗିବା କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ