ETV Bharat / sitara

କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ମାମଲା, ଖାରଜ ହେଲା ଯାଚିକା - ଦିନଦୋଷୀ କୋର୍ଟର ନିଷ୍ପତ୍ତି

ବେଆଇନ ନିର୍ମାଣ ପାଇଁ ସେପ୍ଟେମ୍ବରରେ କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା କରିଥିଲା ବିଏମସି । ଯାହା ବିରୋଧରେ କୁଇନ ଦାଏର କରିଥିବା ଯାଚିକାକୁ ଖାରଜ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jan 2, 2021, 10:34 AM IST

ମୁମ୍ବାଇ: କଙ୍ଗନା ରାଣାୱତଙ୍କୁ ନୂଆ ବର୍ଷରେ ମିଳିଲା ଝଟକା । କାରଣ ମୁମ୍ବାଇରେ ତାଙ୍କ ଅଫିସ ଭଙ୍ଗାରୁଜା ମାମଲାରେ ସେ ସ୍ଥାନୀୟ ପ୍ରଶାସନ ବିରୋଧରେ ଦାଖଲ କରିଥିବା ଯାଚିକାକୁ ବର୍ତ୍ତମାନ ଖାରଜ କରିଦେଇଛନ୍ତି ଦିନଦୋଷୀ କୋର୍ଟ । ବ୍ରିହାନମମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ବାରା ତାଙ୍କ ଘର ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଗୁରୁବାର ଦିନ ତାଙ୍କ ଶୁଣାଣିରେ କୋର୍ଟ କହିଛନ୍ତି ଯେ କଙ୍ଗନା ତିନୋଟି ଫ୍ଲାଟକୁ ଗୋଟିଏରେ ମିଶ୍ରଣ କରିବା ପରେ ଘଟିଥିବା ଗୃହର ଅନୁମୋଦିତ ଯୋଜନାରେ ଗୁରୁତର ଉଲ୍ଲଂଘନ ହୋଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗତ ସପ୍ତାହରେ କଙ୍ଗନା ଏହି ଯାଚିକା ଦାଖଲ କରିଥିଲେ । ଏହି ଶୁଣାଣିର ନିଷ୍ପତ୍ତି ନେଇଛନ୍ତି ବିଚାରପତି ଏଲ.ଏସ ଚୱନ । ସେହିପରି ଶୁଣାଣିରେ କୁହାଯାଇଛି ଯେ ଖାର ଅଞ୍ଚଳରେ 16 ମହଲା ବିଶିଷ୍ଟ ଭବନର ପଞ୍ଚମ ମହଲାରେ କଙ୍ଗନାଙ୍କ ତିନୋଟି ଫ୍ଲାଟ ଅଛି । ସେହିପରି ଏହି ତିନୋଟି ଫ୍ଲାଟକୁ ଏକାଠି ମିଶାଯାଇଛି । ଏହାସହ ସେ ପାଖରେ ଥିବା ଅନ୍ୟ ସ୍ଥାନକୁ ମଧ୍ୟ ନିଜ ଫ୍ଲାଟ ସହ ମିଶାଇ ଦେଇଛନ୍ତି । ଯାହାଦ୍ବାରା ସେ ଗୁରୁତର ଉଲ୍ଲଂଘନ କରିଛନ୍ତି । ଏଥିପାଇଁ ଦିନଦୋଷୀ କୋର୍ଟର ହସ୍ତକ୍ଷେପ ଆବଶ୍ୟକ ନୁହେଁ ।

ପ୍ରକାଶ ଥାଉକି 2018 ମାର୍ଚ୍ଚରେ ବିଏମସି ଅଭିନେତ୍ରୀଙ୍କୁ ବେଆଇନ ନିର୍ମାଣ ପାଇଁ ଏକ ନୋଟିସ ଜାରି କରିଥିଲା । ଏହା ପରେ ମଧ୍ୟ କଙ୍ଗନାଙ୍କୁ ବିଏମସି ତରଫରୁ ଆଉ ଏକ ନୋଟିସ୍ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯଦି ସେ ଏହି ବେଆଇନ ନିର୍ମାଣ ମାମଲା ଉପରେ ନିଜ ପ୍ରତିକ୍ରିୟା ନରଖନ୍ତି ତେବେ ତାଙ୍କ ବେଆଇନ ନିର୍ମାଣ ହୋଇଥିବା ଅଫିସ ଏବଂ ଘରକୁ ନଷ୍ଟ କରିଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.