ETV Bharat / sitara

ପ୍ରଯୋଜନାରେ ଡେବ୍ୟୁ କରିବେ କୁଇନ, ଲଞ୍ଚ କଲେ ମଣିକର୍ଣ୍ଣିକାର ଲୋଗୋ

author img

By

Published : May 1, 2021, 2:04 PM IST

କଙ୍ଗନାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ନିଜ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଜରିଆରେ ପ୍ରଯୋଜନା କ୍ଷେତ୍ରରେ ରଖିବେ ପାଦ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅଭିନୟ ସବୁବେଳେ ଶାନଦାର । ହେଲେ ଏଥର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିବ ତାଙ୍କ ଦମଦାର କାମ । କାରଣ ଗତ ବର୍ଷ ସେ ନିଜର ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ନିର୍ମାଣ କରିଥିଲେ । ଯେଉଁଥିରେ ସେ ଖୁବଶୀଘ୍ର ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଯାହାର ସୂଚନା ସେ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ମଣିକର୍ଣ୍ଣିକାର ଲୋଗୋ ଲଞ୍ଚ କରିବା ସହ ପ୍ରଯୋଜନାରେ ଡେବ୍ୟୁ କରିବା ଘୋଷଣା କରିଛନ୍ତି ସେ । ଆଉ ଏହି ଲୋଗୋର ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଆଜି ମୁଁ ମୋର ମଣିକର୍ଣ୍ଣିକାର ଫିଲ୍ମ ପ୍ରଡକ୍ସନର ଘୋଷଣା କରୁଛି । ଯେଉଁଥିରେ ଡେବ୍ୟୁ କରିବାକୁ ଯାଉଛି । ଏହା ଡିଜିଟାଲ ଡେବ୍ୟୁ । ଶାନଦାର ଲଭ ଷ୍ଟୋରି ଟିକୁ ୱିଡେସ୍ ଶେରୁ ଜରିଆରେ ଏହି ଯାତ୍ରା ମୁଁ ଆରମ୍ଭ କରିବି । ଆପଣଙ୍କ ଆଶୀର୍ବାଦର ଆବଶ୍ୟକ ଅଛି ।’

ସେହିପରି ଡିଜିଟାଲ ପ୍ଲାଟଫର୍ମରେ ପ୍ରଥମଥର ପ୍ରଯୋଜିକା ରୂପେ ଡେବ୍ୟୁ କରିବାକୁ ନେଇ ଉତ୍ସାହିତ ଅଛନ୍ତି କଙ୍ଗନା । ଏହି ଅବସରରେ ସେ କହିଛନ୍ତି, ‘ଡିଜିଟାଲ କ୍ଷେତ୍ରରେ ଆମ ଶାନଦାର, ନୂଆ ପିଢି ଏବଂ ଭିନ୍ନ କଣ୍ଟେଣ୍ଟ ଉପରେ କାମ କରିବୁ । ଆମେ ନୂଆ ନୂଆ ପ୍ରତିଭାଙ୍କୁ ମଧ୍ୟ ଲଞ୍ଚ କରିବୁ । ମତେ ଲାଗୁଛି ଯେ ଡିଜିଟାଲ ଦର୍ଶକ ନିୟମିତ ସିନେମା ଯିବା ଦର୍ଶକଙ୍କ ତୁଳନାରେ ଅଧିକ ଉତ୍ସାହିତ ରୁହନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.